Home >
ନ୍ୟୁଜିଲାଣ୍ଡ: ମସଜିଦରେ ଗୁଳିକାଣ୍ଡ, ୬ ମୃତ
Khabar Odisha:Internatinal-firing-Multiple-casualties-reported-after-shooting-at-mosque-in-New-Zealand

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ନ୍ୟୁଜିଲାଣ୍ଡର ୨ଟି ମସଜିଦ ଉପରେ ଶୁକ୍ରବାର ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଗୋଟିଏ ମସଜିଦ ଉପରକୁ ଆକ୍ରମଣ କରିବାର କିଛି ସମୟ ପରେ ଅନ୍ୟଏକ ମସଜିଦ ଉପକରକୁ ଟାର୍ଗେଟ କରଛନ୍ତି । ମସଜିଦକୁ ଟାର୍ଗେଟ କରି ଗୁଳିକାଣ୍ଡ ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି । ସେହିପରି ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ରିପୋର୍ଟ ସ୍ପଷ୍ଟ କରିଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଘର ଭିତରୁ ବାହାରୁ ନାହାନ୍ତି । 

ନ୍ୟୁଜିଲାଣ୍ଡ ପୋଲିସ ମୁତାବିକ ଆକ୍ରମଣକାରୀମାନେ ସକ୍ରିୟ ଅଛନ୍ତି । କ୍ରାଇଷ୍ଟଚର୍ଚ୍ଚରେ ଗମ୍ଭୀର ସ୍ଥିତି ପହଂଚିଛି । ଏହି ଅଂଚଳରେ ଏକ ଆତତାୟୀ ବୁଲୁଥିବା ବେଳେ ପୁଲିସ ଏହାକୁ ଧରିବା ପାଇଁ ଉଦ୍ୟମ ଚଳାଇଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁଳିକାଣ୍ଡ ପରେ ମସଜିଦରେ ଅନେକ ଲୋକ ଆହତ ହୋଇଛନ୍ତି । ଅନ୍ୟ ଏକ ମସଜିଦକୁ ଖାଲି କରି ଦିଆଯାଇଛି । କୁହାଯାଉଛି ଯେ, ଘଟଣା ସମୟରେ ବାଂଲାଦେଶୀ କ୍ରିକେଟ ଟିମର ଖେଳାଳି ମଧ୍ୟ ଉପସ୍ଥିତ ଥିଲେ । 

ବାଂଲାଦେଶ କ୍ରିକେଟର ତମିମ ଇକବାଲ ଟୁଇଟ କରିଛନ୍ତି, ଗୁଳିକାଣ୍ଡରେ ପୁରା ଟିମ ବଂଚିଯାଇଛି । ବହୁତ ଭୟ ଲାଗୁଛି । ମାତ୍ର ଖେଳାଳିମାନେ କୌଣସି ପ୍ରକାରରେ ସେଠାରୁ ଅନ୍ୟତ୍ର ଯାଇପାରିଛନ୍ତି । ବାଂଲାଦେଶ ଟିମ ଏଠାରେ ଟେଷ୍ଟ ମ୍ୟାଚ ଖେଳିବାକୁ ଆସିଛନ୍ତି । 

ପୋଲିସ କମିଶନର ମାଇକ ବୁଶ କହିଛନ୍ତି ସହରର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଛି । ପୋଲିସ କ୍ରାଇଷ୍ଟଚର୍ଚ୍ଚ ଅଂଚଳରେ ସମସ୍ତ ଭିଡ଼ ସ୍ଥାନ ଖାଲି କରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି । କୌଣସି ସଦିଗ୍ଧ ଗତିବିଧି ସଂପର୍କରେ ସୂଚନା ମିଳିଲେ ପୋଲିସକୁ ଖବର ଦିଅନ୍ତୁ ବୋଲି ସେ କହିଛନ୍ତି । 

 

  • Tags:

Subscribe

National International State Sports Entertainment