ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ତଦନ୍ତର ତଦାରଖ କରିବେ ଜଷ୍ଟିସ ଜେ.ପି ଦାସ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଲଗାତର ଭାବେ ସେ ତଦନ୍ତ ପ୍ରକ୍ରିୟା ଉପରେ ନଜର ରଖିବେ । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଅନୁରୋଧ କରିଥିଲେ ରାଜ୍ୟ ସରକାର । ଏହା ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କାରଣ ଏହି ଘଟଣାରେ ଜଣେ ପୋଲିସଙ୍କର ସଂପୃକ୍ତି ରହିଛି । ତଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଓ ପ୍ରତିବଦ୍ଧତା ଆବଶ୍ୟକ ରହିଛି । ରାଜ୍ୟ ସରକାର ଏଥିପାଇଁ ହାଇକୋର୍ଟଙ୍କୁ ଏଭଳି ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ ପରେ ଜଷ୍ଟିସ ଜେ.ପି ଦାସ ଦାୟିତ୍ବ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଗତ 29 ତାରିଖରେ ଏକ ଦଳୀୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗଦେବାକୁ ଯାଉଥିବା ବେଳେ ଗାନ୍ଧି ଛକ ଫାଣ୍ଡି ଏଏସ୍ଆଇ ଗୋପାଳ ଦାସ ତାଙ୍କୁ ଗୁଳି କରିଥିଲେ | ଘଟଣାସ୍ଥଳରେ ହିଁ ନବ ଦାସ ଟଳିପଡିଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥିତ ଆପୋଲୋ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ଆପୋଲୋ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସ ପରଲୋକ ହୋଇଥିଲା ।