Home >
୧୦% ସଂରକ୍ଷଣ: କେନ୍ଦ୍ରୀୟ ସଂସ୍ଥାରେ ବଢ଼ିବ ୨ ଲକ୍ଷରୁ ଅଧିକ ସିଟ, ୪୩୦୦ କୋଟି ମଂଜୁରୀ
Khabar Odisha:Education-central-Over-2-lakh-seats-to-be-added-in-varsities-for-10-pc-quota-for-poor-in-general-category-cabinet

ନୂଆଦିଲ୍ଲୀ, ଏପ୍ରିଲ ୧୪ (ଖବର ଓଡ଼ିଶା): ସାଧାରଣ ବର୍ଗର ଆର୍ଥିକ ରୂପେ ଅନଗ୍ରସରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ଦିଗରେ ଦେଶବ୍ୟାପୀ ୧୫୮ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ୨ ଲକ୍ଷରୁ ଅଧିକ ଖାଲିସ୍ଥାନ ପୂରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ହୋଇଥିବା କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ବୈଠକରେ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ଇଡବ୍ଲୁଏସ ଛାତ୍ରଙ୍କ ପ୍ରବେଶରେ ସଂରକ୍ଷଣ ବ୍ୟବସ୍ଥାକୁ ମଂଜୁରୀ ମିଳିଛି । 

କେନ୍ଦ୍ର ସରକାର ଏଥି ପାଇଁ ୪୩୦୦ କୋଟି ଟଙ୍କା ମଂଜୁରୀ ଦେଇଛନ୍ତି । ଏହି ପାଣ୍ଠି କେନ୍ଦ୍ରୀୟ ସଂସ୍ଥାରେ ନୂତନ ଭିତ୍ତିଭୂମି ପାଇଁ ବ୍ୟବହାର ହେବ । ଏଥି ସହିତ ୪ ହଜାରରୁ ଅଧିକ ଶିକ୍ଷକଙ୍କ ନିଯୁକ୍ତି ହେବ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ମନ୍ତ୍ରିମଣ୍ଡଳରେ ଏହି ପ୍ରସ୍ତାବକୁ ଉପସ୍ଥାପନ କରିବା ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଅନୁମତି ମାଗିଥିଲା । କାରଣ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦେଶରେ ଏବେ ଆଦର୍ଶ ଆଚରଣ ବିଧି ଜାରି ରହିଛି । 

ସୂତ୍ର ଅନୁସାରେ ମନ୍ତ୍ରିମଣ୍ଡଳର ମଂଜୁରୀ ସହିତ ମୋଟ ୨, ୧୪, ୭୬୬ ଅତିରିକ୍ତ ସିଟ ପୂରଣ କରାଯିବ । ଏଥିରେ ୧,୧୯,୯୮୩ ଅତିରିକ୍ତ ସିଟ ଶିକ୍ଷା ବର୍ଷ ୨୦୧୯-୨୦ରେ ପୂରଣ କରାଯିବ ଏବଂ ୯୫, ୭୮୩ ସିଟ ଶିକ୍ଷାବର୍ଷ ୨୦୨୦-୨୧ରେ ପୂରଣ ହେବ । 

 

  • Tags:

Subscribe

National International State Sports Entertainment