Home >
କ୍ୟାବିନେଟର ବଡ଼ ନିଷ୍ପତ୍ତି: ୧୦ ପ୍ରତିଶତ ସଂରକ୍ଷଣ ପାଇଁ ଶିକ୍ଷାନୁଷ୍ଠାନରେ ବଢିବ ୨ ଲକ୍ଷ ସିଟ୍
Khabar Odisha:Education-Odisha-cabinet-decision-2-lacs-seats-will-increase-in-educational-institutes
ନୂଆଦିଲ୍ଲୀ,ଏପ୍ରିଲ୧୫(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର କ୍ୟାବିନେଟ୍ ଆର୍ଥିକ ରୂପେ ଅନଗ୍ରସର ସାଧାରଣ ବର୍ଗର ଲୋକଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୫୮ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ  ସଂରକ୍ଷଣ  କୋଟା ଲାଗୁ କରିବା ଉଦ୍ଦେଶ୍ୟରେ ୨ ଲକ୍ଷ ୧୫ ହଜାର ନୂତନ ସିଟ୍ ବୃଦ୍ଧିକୁ ମଞ୍ଜୁରୀ ଦେଇଛନ୍ତି। ଏହାର କାର୍ଯ୍ୟକାରୀ ପାଇଁ ୪୩୧୫.୧୫ କୋଟି ଟଙ୍କାର ଫଣ୍ଡକୁ ମଧ୍ୟ ଅନୁମତି ମିଳିଛି। 

ନିର୍ବାଚନ ଆଚରଣ ବିଧି ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ତାଜା ରାଜନୈତିକ ବିବାଦ ସୃଷ୍ଟି କରିପାରେ। ମାତ୍ର ସରକାରଙ୍କ କହିବା କଥା ମାନ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏହି ଡ୍ରାଫ୍ଟକୁ କ୍ୟାବିନେଟ୍ ପାଖକୁ ପଠାଇବା ପୂର୍ବରୁ ଆୟୋଗର ମଞ୍ଜୁରୀ ନିଆଯାଇଥିଲା। ଏହି ଫଣ୍ଡକୁ ଆୟୋଗ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମଞ୍ଜୁରୀ ଦେଇଥିଲେ। ଆଜି ହୋଇଥିବା କ୍ୟାବିନେଟ୍ ବୈଠକରେ ଏହାକୁ କେବଳ କାର୍ୟ୍ୟାକାରୀ କରାଯାଇଛି। ତେଣୁ ଏହାକୁ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କୁହାଯାଇ ପାରିବ ନାହିଁ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟ କହିଛି।

ସୂତ୍ର ମୁତାବକ, ଏହି ନିଷ୍ପତ୍ତି ସହିତ ୨୦ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯିବ। ଏହି ନିଷ୍ପତ୍ତିରେ ୧୫୮ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନରେ ୨ ଲକ୍ଷ ୧୪ ହଜାର ୭୬୬ ଅତିରିକ୍ତ ସିଟ୍ ବୃଦ୍ଧି ହେବାର ପଥ ପରିଷ୍କାର ହୋଇଛି।  ଏଥିରେ ଆର୍ଥିକ ବର୍ଷ ୨୦୧୯-୨୦ରେ ୧,୧୯,୯୮୩ ସିଟ୍ ଏବଂ ବାକି ୯୫,୭୮୩ ସିଟ୍ ପରେ ବଢାଯିବ। କେବଳ ଏତିକି ନୁହେଁ ୪୩୧୫.୧୫ କୋଟି ନୂତନ ଛାତ୍ରଙ୍କୁ ସର୍ବାଙ୍ଗୀନ ସୁବିଧା ଓ ନୂତନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

  • Tags:

Subscribe

National International State Sports Entertainment