Home >
ଡ଼ାକ୍ତର ହିମାନୀଙ୍କ ହାତ ଧରିଲେ ପ୍ରଭୁଦେବା
Khabar Odisha:Dr-Himani-held-Lords-hand
ମୁମ୍ବାଇ,ନଭେମ୍ବର 22 (ଖବର ଓଡ଼ିଶା):

କିଛିଦିନ ହେବ ଚର୍ଚ୍ଚାରେ ଥିବା ସାଉଥ୍ କୋରିଓଗ୍ରାଫର ପ୍ରଭୁଦେବାଙ୍କ ବିବାହ ହୋଇଛି । ହେଲେ ପ୍ରଭୁ ତାଙ୍କ ଭାଣିଜୀକୁ ନୁହେଁ ମୁମ୍ବାର ଜଣେ ଡାକ୍ତରଙ୍କୁ ସେ ପ୍ରେମ ବିବାହ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଏ ବିଷୟରେ ଜଣାଇଛନ୍ତି ପ୍ରଭୁଙ୍କ ଭାଇ ରାଜୁ ସୁନ୍ଦରମ୍‌। ତେବେ ପ୍ରଭୁଙ୍କ ପତ୍ନୀଙ୍କ ନାମ ହିମାନୀ। ସେ ମୁମ୍ବାଇର ସାକିନାକା ଅଞ୍ଚଳରେ ରୁହନ୍ତି ।

ହିମାନୀ ଜଣେ ଡାକ୍ତର। ଲକ୍‌ଡାଉନ୍ ସମୟରେ ଚେନ୍ନାଇରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଯେତେବେଳେ ହିମାନୀ ପ୍ରଭୁଦେବାଙ୍କ ପିଠି ଓ ଗୋଡ଼ର ଚିକିତ୍ସା କରୁଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ଦୁହେଁ ମାର୍ଚ୍ଚରେ ଚେନ୍ନାଇରେ ୨ ମାସ ଲିଭ୍-ଇନ୍ ରିଲେସନଶିପରେ ଥିବାର ମଧ୍ୟ ଶୁଣିବାକୁ ମିଳୁଥିଲା

  • Tags:

Subscribe

National International State Sports Entertainment