ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୨୭ରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସେହିପରି ୨୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା । ଏହା ପ୍ରଭାବରେ ୨ ଦିନ ବର୍ଷା ହେବାର ସମ୍ଭାବନା ରହିଛି। ସେପଟେ ପୁଣି ଅକ୍ଟୋବର ପ୍ରଥମ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେଇପାରେ । ପ୍ରଭାବରେ ୪ ତାରିଖ ଯାଏଁ ବର୍ଷା ଲାଗି ରହିବା ନେଇ ଆକଳନ କରାଯାଇଛି। ତେବେ ବର୍ଷାରେ ଦଶହରା ଭିଜିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଉତ୍ତର ବଙ୍ଗୋପସାଗର ବାଂଲାଦେଶ ଓ ପଶ୍ଚିମବଙ୍ଗ ସଂଲଗ୍ନରେ ୨ ତାରିଖବେଳକୁ ଲଘୁଚାପ ରୂପ ନେବ । ୩ ତାରିଖ ବେଳକୁ ଓଡ଼ିଶା ଉପକୂଳ ପାଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ସମ୍ଭାବନା ଅଛି । ଏହା ଉତ୍ତର ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ । ଏହା ପ୍ରଭାବରେ ୨ରେ ଉପକୂଳବର୍ତ୍ତୀ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା କରାଇବ । ଖବର ଓଡ଼ିଶା, Reporter, 25/09/2022