ନକଲି ଔଷଧ କାରବାର ଘଟଣାରେ ରିମାଣ୍ଡରେ ୨ ଅଭିଯୁକ୍ତ ଆଣିଲା କଟକ ପୋଲିସ କଟକ, ସେପ୍ଟେମ୍ୱର ୨୫(ଖବର ଓଡ଼ିଶା) Share story: କଟକ ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା ରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କଟକ ପୋଲିସ । ଗତକାଲି ଵିହାରର ଗୟାରୁ ଦୁଇ ଅଭିଯୁକ୍ତଙ୍କୁ ବିହାର ପୋଲିସ ସହାୟତାରେ ଗିରଫ କରିଥିଲା ପୋଲିସ । ଖବର ଅନୁଯାୟୀ, ନକଲି ମେଡିସିନ୍ କାରବାରର ଲିଙ୍କ ରାଜ୍ୟ ବାହାରେ ଥିବା ଜଣାପଡିଥିଲେ । ଯାହାକୁ ନେଇ କମିଶନରେଟ୍ ପୋଲିସର ଏକ ଟିମ୍ ବିହାରର ଗୟା ଅଞ୍ଚଳକୁ ଗସ୍ତ କରିଥିଲା ।ଏହାପରେ ବିଭିନ୍ନ ସ୍ଥାନରେ ଚଢାଉ ମଧ୍ୟ କରିଥିଲେ । ତେବେ ଏହି ଚଢାଉରେ କଟକର କିଛି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ତେବେ ବର୍ତମାନ ନକଲି ଔଷଧ ଵ୍ୟଵସାୟ କାରବାର ଘଟଣା ରେ ଗିରଫ ଦୁଇ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି କଟକ ପୋଲିସ । ରିମାଣ୍ଡରେ ଅନେକ ଦିଗ ଆଡୁ ଢଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଖବର ଓଡ଼ିଶା, Reporter, 25/09/2022