Home >
ଯୁବକଙ୍କୁ ଘରୁ ଡ଼ାକି ନେଇ ହତ୍ୟା
Khabar Odisha:Crime-Odisha-some-people-killed-a-youth
ବ୍ରହ୍ମପୁର,ମେ ୨୫(ଖବର ଓଡ଼ିଶା):

ବ୍ରହ୍ମପୁର ଧଉଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକଙ୍କୁ ଘରୁ ଡ଼ାକି ନେଇ ଖଣ୍ଡା ଓ କାଠ ଫାଳିଆରେ ଆକ୍ରମଣ କରି କିଛି ଅଭିଯୁକ୍ତ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ବ୍ରହ୍ମପୁର ଧରାକୋଟ ଥାନା ଧଉଗାଁରେ କିଛି ଦୃର୍ବୁତ୍ତ ଜଣେ ଯୁବକଙ୍କୁ ଘରୁ ଡ଼ାକି ନେଇ ଖଣ୍ଡା ଓ କାଠ ଫାଳିଆରେ ଆକ୍ରମଣ କରିଥିଲେ । ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ମଧ୍ୟ ସେହି ଗାଁର ବୋଲି ଜଣାପଡ଼ିଛି । ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଙ୍କୁ ସ୍ଖାନୀୟ ମେଡ଼ିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ହତ୍ୟା ପଛର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର ସହ ଘଟଣାରେ ସମ୍ପୃକ୍ତ ଚାରିଜଣଙ୍କୁ ଅଟକ ରଖିଛି । ହତ୍ୟାକାଣ୍ଡର କାରଣ ଖୋଜିବାକୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

  • Tags:

Subscribe

National International State Sports Entertainment