Home >
ରାୟଗଡ଼ାରେ ସେକ୍ସ ରାକେଟ ଠାବ ,୫ ଗ୍ରାହକଙ୍କ ସହ ଜଣେ ଦେହଜିବୀ ଗିରଫ
Khabar Odisha:Crime-Odisha-Rayagada--Police-bust-sex-racket-operating-inside-a-rented-house-at-Saipriya-Nagar
ରାୟଗଡ଼ା, ମାର୍ଚ୍ଚ ୧୫(ଖବର ଓଡ଼ିଶା):

ରାୟଗଡ଼ାର ଏକ ଜନଶୂନ୍ୟ ସ୍ଥାନରେ ଥିବା ଏକ ଭଡ଼ା ଘରେ ଟାଉନ ଥାନା ପୋଲିସ ଏକ ସେକ୍ସ ରାକେଟ୍ ଠାବ କରିଛି ।

ରାୟଗଡ଼ା ଜିଲ୍ଲା ଟାଉନ ଥାନା ପୋଲିସ ସାଇପ୍ରିୟା ନଗରରୁ ଆଜି ଏକ ସେକ୍ସ ରାକେଟ୍ ଠାବ କରିଛି । ଏହି ଘଟଣାରେ ପୋଲିସ ୫ଜଣ ଯୁବକଙ୍କ ସହିତ ଜଣେ ଦେହଜିବୀଙ୍କୁ ଗିରଫ କରିଛି । ଜନଶୂନ୍ୟ ସ୍ଥାନରେ ଥିବା ଏକ ଭଡ଼ା ଘରେ ଅନୈତିକ ଭାବେ ଚାଲିଥିବା ଏହି ସେକ୍ସ ରାକେଟ ଉପରେ ପୋଲିସ ରେଡ଼ କରିଛି  । ଗିରଫ ଅଭିଯୁକ୍ତଙ୍କ ପରିଚୟ ସ୍ପଷ୍ଟ କରାଯାଇନାହିଁ । ହେଲେ ଏ ଘଟଣାରେ ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି । 

Subscribe

National International State Sports Entertainment