Home >
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ପରକୀୟ ପ୍ରୀତି ସନ୍ଦେହ
Khabar Odisha:Crime-Odisha-Husband-killed-his-wife
ମୟୂରଭଞ୍ଜ,ମେ ୨୫(ଖବର ଓଡ଼ିଶା):

ମୟୂରଭଞ୍ଜ ବାରିପଦାର ମାଧବପୁରରେ ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ଆସିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଗିରଫ କରିଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦାର ମାଧବପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରିବାରରେ ପରକୀୟା ପ୍ରୀତିକୁ ନେଇ ବଚସାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ସ୍ତ୍ରୀ ରାଣୀ ସୋରେନକୁ ପିଟି ପିଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚି ଅଭିଯୁକ୍ତ ସ୍ୱାମୀ ଛେଲା ସୋରେନକୁ ସଦର ଥାନା ପୋଲିସ ଗିରଫ କରି ତଦନ୍ତ ଆରମ୍ଭ କରିଛି । ରାଣୀ ସୋରେନଙ୍କ ଅନ୍ୟ ପୁରୁଷ ସହ ଅନୈତିକ ସମ୍ପର୍କ ବା ପରକୀୟା ପ୍ରୀତି ଥିବା ସନ୍ଦେହ କରି ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି ।

  • Tags:

Subscribe

National International State Sports Entertainment