Home >
ପୁରୀ ଛୁଇଁଲା ବେଳକୁ ପବନର ବେଗ ୬୦/୭୦ କିମି ରହିପାରେ, ବର୍ଷା ଯୋଗୁଁ ନଷ୍ଟ ହୋଇପାରେ ଫସଲ
Khabar Odisha:By-the-time-it-touches-Puri-the-wind-speed-can-be-6060-km-crop-damage-due-to-rain
ଭୁବନେଶ୍ୱର ,ଡିସେମ୍ବର ୪(ଖବର ଓଡିଶା):

ବାତ୍ୟା “ଜୱାଦ” ସଂପର୍କରେ ଏସଆରସି ପ୍ରଦୀପ ଜେନା ସୁଚନା ଦେଇଛନ୍ତି । ଖବର ଅନୁସାରେ କାଲି ମଧ୍ୟାହ୍ନ ବେଳକୁ ପୁରୀ ଉପକୂଳରେ ପହଂଚିବ ଜୱାଦ ପରେ ଏହାର ତ୍ରୀବତା କମିବା ନେଇ ଆକଳନ କରାଯାଇଛି ।

ପୁରୀ ଛୁଇଁଲା ବେଳକୁ ପବନର ବେଗ ୬୦/୭୦ କିମି ରହିପାରେ ବୋଲି କୁହାଯାଉଛି । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ପ୍ରକୋପ ବଢିବାରେ ଲାଗିଛି ।

ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଜିଲ୍ଲାରେ ଅତି ପ୍ରବଳ ବର୍ଷା ମଧ୍ୟ ଆଗକୁ ହୋଇପାରେ । ପବନ ବେଗ ଆକଳନ କମ୍ ଥିବାରୁ ଭିତ୍ତିଭୂମି କ୍ଷତି ହେବାର ଆଶଙ୍କା ମଧ୍ୟ କମ୍ ରହିଛି । କିନ୍ତୁ ପ୍ରବଳ ବର୍ଷା ଯୋଗୁଁ ଫସଲ ବିଶେଷ ଭାବେ ନଷ୍ଟ ହେବ ।

ଧାନ ଏବଂ ପନିପରିବା ଚାଷ ବିଶେଷ ଭାବେ କ୍ଷୟକ୍ଷତି ହେବ । କାଲି ସନ୍ଧ୍ୟା ବେଳକୁ ଓଡ଼ିଶାରୁ ବାତ୍ୟା ପ୍ରଭାବ ହଟିଯିବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟ ପଟେ ପବନର ବେଗ କମ୍ ଥିବାରୁ ସ୍ଥାନାନ୍ତରଣ କରାଯିବାର ଅଧିକ ଆବଶ୍ୟକତା ନାହିଁ କିନ୍ତୁ ବର୍ତ୍ତମାନ ଦେଢ ହଜାର ଲୋୀକଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ଏସଆରସି ସୁଚନା ଦେଇଛନ୍ତି ।

  • Tags:

Subscribe

National International State Sports Entertainment