Home >
‘ବିଏସ୍‌ଏନ୍‌ଏଲ୍‌’ କର୍ମଚାରୀଙ୍କ ପାଇଁ ଖୁସିଖବର, ଆଜି ମିଳିଯିବ ଫେବୃୟାରୀ ମାସର ଦରମା
Khabar Odisha:Business-telecom-BSNL-employees-will-get-February-salary-on-March-15

ନୂଆଦିଲ୍ଲୀ, ମାର୍ଚ୍ଚ ୧୫ (ଖବର ଓଡ଼ିଶା): ଦେଶର ସରକାରୀ ଦୂରସଂଚାର କମ୍ପାନୀ ‘ବିଏସ୍‌ଏନ୍‌ଏଲ୍‌’ ନିଜର କର୍ମଚାରୀଙ୍କୁ ଫେବୃୟାରୀ ମାସର ଦରମା ଶୁକ୍ରବାର ସୁଦ୍ଧା ଦେବାକୁ ଘୋଷଣା କରିଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ ଗୁରୁବାର ଏହି ସୂଚନା ଦେଇଛନ୍ତି। ଶ୍ରୀବାସ୍ତବ କହିଛନ୍ତି, ଆସନ୍ତାକାଲି (ଶୁକ୍ରବାର) ବିଏସ୍‌ଏନ୍‌ଏଲ୍‌ ନିଜର ସମସ୍ତ କର୍ମଚାରୀଙ୍କୁ ଦରମା ଦେବ। ଆମେ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଧନ୍ୟବାଦ ଜଣାଉଛୁ। ସେ ଏହି ମାମଲାରେ ହସ୍ତକ୍ଷେପ କରି କର୍ମଚାରୀଙ୍କ ଦରମା ଶୀଘ୍ର ଦେବା ପାଇଁ ସୁନିଶ୍ଚିତ କରିଛନ୍ତି। 

ସେ କହିଛନ୍ତି, ସାଧାରଣତଃ ମାର୍ଚ୍ଚରେ ବିଏସ୍‌ଏନ୍‌ଏଲ୍‌ର ରାଜସ୍ୱ ପ୍ରାପ୍ତି ଉଚ୍ଚ ରହିଥାଏ ଏବଂ ଅତିରିକ୍ତ ପ୍ରବାହ ବଢ଼ିଥାଏ। ଶ୍ରୀବାସ୍ତବ କହିଛନ୍ତି, ଆମେ ଆଶା କରୁଛୁ ଯେ, ମାର୍ଚ୍ଚରେ ମୋଟ ପ୍ରାପ୍ତି ୨୭୦୦ କୋଟି ଟଙ୍କା ରହିବ। ଏଥିରେ ୮୫୦ କୋଟି ଟଙ୍କା ରାଶିର ବ୍ୟବହାର କର୍ମଚାରୀଙ୍କ ଦରମା ଆକାରରେ ଦିଆଯିବ। ସେ କହିଛନ୍ତି, ରିଲାୟନ୍ସ ଜିଓ ବ୍ୟତୀତ ବିଏସ୍‌ଏନ୍‌ଏଲ୍‌ ଏକମାତ୍ର ଦୂରସଂଚାର କମ୍ପାନୀ, ଯାହାର ଗ୍ରାହକ ସଂଖ୍ୟା ଅଧିକ ଏବଂ ଏହି କମ୍ପାନୀର ରାଜସ୍ୱ ବଢୁଛି। 

ଶ୍ରୀବାସ୍ତବ କହିଛନ୍ତି, ଦୂରସଂଚାର ମନ୍ତ୍ରୀ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ମୁଁ ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ସେ କହିଛନ୍ତି, ଦୂରସଂଚାର ସହଯୋଗରୁ ଆସନ୍ତା ମାସ ଗୁଡ଼ିକରେ ଦରମା ବିତରଣରେ କୌଣସି ବିଳମ୍ବ ଘଟିବ ନାହିଁ। 

  • Tags:

Subscribe

National International State Sports Entertainment