Home >
ଆଜି ଠାରୁ ବନ୍ଦ ହୋଇପାରେ ଜେଟ ଏୟାରବେଜର ଉଡାଣ, ବ୍ୟାଙ୍କରୁ ମିଳିନି ସହାୟତା
Khabar Odisha:Business-National-Odisha-Flights-of-jet-airways-can-be-closed-completely-today
ନୂଆଦିଲ୍ଲୀ, ଏପ୍ରିଲ ୧୬(ଖବର ଓଡିଶା):

ଆର୍ଥିକ ସଂକଟରେ ଥିବା ଜେଟ ଏୟାରବେଜ ଦେବାଳିଆ ହେବା ଅବସ୍ଥାରେ ରହିଛି । ଏହି ଏୟାରଲାନସକୁ ନିଜ ସଂଚାଳନ ବନ୍ଦ କରିବାକୁ ପଡ଼ିପାରେ । 

ଜେଟ ଏୟାରଲାନସକୁ ୧୫୦୦୦ କୋଟି ଟଙ୍କାର ଫଣ୍ଡିଙ୍ଗ ଆବଶ୍ୟକ ରିହିଥିବା ବେଳେ କେବଳ ୨୦୦କୋଟି ଟଙ୍କା ମିଳିପାରିବ । କିଛି ମାସ ହେବ ମୋଟା ଅଙ୍କର ଦରମା ପାଉଥିବା କର୍ମଚାରୀ ପାଇଲଟ, ଇଂଜିନିୟର , ସିନିୟର ମ୍ୟାନେଜରଙ୍କୁ ଟଙ୍କା ଦେବାରେ ଅସୁବିଧା ହେଉଛି । ବର୍ତ୍ତମାନ ମାର୍ଚ୍ଚ ମାସର ଦରମା ବାକି ରହିଛି । ଅନ୍ୟାନ୍ୟ ବ୍ୟାଙ୍କ ଆରବିଆଇର ନୂଆ ସାର୍କୁଲାରର ଅପେକ୍ଷା ରହିଛି ।  

ଏୟାରବେଜର ଆର୍ଥିକ ଅବସ୍ଥା ବର୍ତ୍ତମାନ ଅତି ଶୋଚନୀୟ ରହିଛି । ଇଣ୍ଡିଆନ ଅଏଲ ତେଲ ଦେବାକୁ ମନା କରିବାରୁ ୩୩କୋଟି ଟଙ୍କା ଦେଇ କାମଚଳା କରାଯାଇଛି । ଋଣଗ୍ରସ୍ତରେ ବୁଡ଼ି ରହିଥିବା କମ୍ପାନୀ ଅନ୍ୟ ବର୍ଗର କର୍ମଚାରୀମାନଙ୍କୁ ମଧ୍ୟ ମାର୍ଚ୍ଚ ମାସ ଠାରୁ ଦରମା ଦେଇ ନାହିଁ । ଏୟାରଲାଇନ ପରିଚାଳନା କର୍ତ୍ତୃପକ୍ଷ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲେ ମଧ୍ୟ କୈାଣସି ନିଷ୍କର୍ଷ ବାହାରି ପାରି ନଥିଲା । 

ଆଜି ପୁଣି ଏୟାରବେଜ କମ୍ପାନୀ ଷ୍ଟେଟ ବ୍ୟାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଛି । ଜେଟ ଏୟାରବେଜ ଉଡାଣ ଏପ୍ରିଲ ୧୯ ଯାଏଁ ବନ୍ଦ କରିଦେଇଛି । ଏପ୍ରିଲ ୧୫ରେ କର୍ମଚାରୀଙ୍କ ଆନ୍ଦୋଳନ ପରେ ଏବେ କମ୍ପାନୀର କେବଳ ସାତଟି ବିମାନ ଚଳାଚଳ କରୁଛି । ଏନଏଜି ଉପାଧ୍ୟକ୍ଷ ଅଦିମ ବାଲିଆନି ଷ୍ଟେଟ ବ୍ୟାଙ୍କକୁ ୧୫୦୦କୋଟି ଟଙ୍କା ପାଇଁ ଅନୁରୋଧ କରିଛନ୍ତି । ସେହି ପୁଞ୍ଜି ଆସିଲେ କର୍ମଚାରୀଙ୍କ ଦରମା ଦିଆଯିବ ନଚେତ ଏୟାରବେଜର ବିମାନ ଉଡାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।

Subscribe

National International State Sports Entertainment