Home >
ବେଙ୍ଗାଲୁରୁ ବିମାନବନ୍ଦର ବଢ଼ାଇଲା ୧୨୯% ଯାଏଁ ୟୁଜର୍ସ ଶୁଲ୍କ, ଜାଣନ୍ତୁ କେତେ ଦେବାକୁ ପଡ଼ିବ
Khabar Odisha:Business-Bengaluru-airport-hiked-user-fees-by-129-percent

ବେଙ୍ଗାଲୁରୁ, ଏପ୍ରିଲ ୧୬ (ଖବର ଓଡ଼ିଶା): ଯାତ୍ରୀମାନଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରୁ ବିମାନ ଉଡ଼ାଣ କରିବା ଆଗାମୀ ଦିନରେ ମହଙ୍ଗା ପଡ଼ିବ। ବିମାନମନ୍ଦର ଶୁଲ୍କ ନିୟନ୍ତ୍ରକ ‘ବିମାନବନ୍ଦର ଆର୍ଥିକ ନିୟନ୍ତ୍ରକ ପ୍ରାଧିକରଣ (ଏଇଆରଏ)’ ଏଠାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଠାରୁ ଟିକେଟ ସହିତ ଉପଯୋଗକର୍ତ୍ତା ବିକାଶ ଶୁଲ୍କରେ ୧୨୦ ପ୍ରତିଶତ ବୃଦ୍ଧି କରାଯିବାକୁ ମଂଜୁରୀ ଦେଇଛି। ନୂତନ ଦର ୪ ମାସ ପାଇଁ ଲାଗୁ ହେବ। ନୂଆଦିଲ୍ଲୀ ଓ ମୁମ୍ବାଇ ପରେ ଦେଶର ତୃତୀୟ ସର୍ବାଧିକ ବ୍ୟସ୍ତ ବିମାନବନ୍ଦରର ସଂପ୍ରସାରଣ ପାଇଁ ରାଶି ସଂଗ୍ରହ କରିବାକୁ ଏହି ଅନୁମତି ଦିଆଯାଇଛି। 

ବେଙ୍ଗାଲୁରୁ ବିମାନବନ୍ଦର ପକ୍ଷରୁ ସୋମବାର ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ‘ଏଇଆରଏ’ର ଆଦେଶ ସହିତ ଘରୋଇ ଉଡାଣ ପାଇଁ ଉପଯୋଗକର୍ତ୍ତା ବିକାଶ ଶୁଲ୍କ (ୟୁଡିଏଫ) ୧୩୯ ଟଙ୍କା ଠାରୁ ବୃଦ୍ଧି ପାଇ ୩୦୬ କରି ଦିଆଯାଇଛି। ସେହିଭଳି ଅନ୍ତର୍ଜାତୀୟ ଉଡାଣ ମାମଲାରେ ୧୨୬୬ ଟଙ୍କା ହେବ, ଯାହାକି ପୂର୍ବରୁ ୫୫୮ ଟଙ୍କା ଥିଲା। ନୂତନ ଦର ମଙ୍ଗଳବାର ଠାରୁ ଲାଗୁ ହେବ। ବୟାନରେ କୁହାଯାଇଛି ଯେ, ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରା ପାଇଁ ନୂତନ ଶୁଲ୍କ କ୍ରମଶଃ ୧୨୦ ପ୍ରତିଶତ ଏବଂ ୧୧୯ ପ୍ରତିଶତ ବୃଦ୍ଧି କରାଯାଇଛି। 

  • Tags:

Subscribe

National International State Sports Entertainment