Home >
ବାତ୍ୟା ଜୱାଦ ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜାରି ହେଲା ଜରୁରୀକାଳୀନ ନମ୍ବର
Khabar Odisha:Berhampur-Metropolitan-Corporation-issued-an-emergency-number-for-the-storm
ବ୍ରହ୍ମପୁର, ଡିସେମ୍ବର ୪(ଖବର ଓଡିଶା):

ଆସୁଛି ବାତ୍ୟା ଜୱାଦ । ଏହାକୁ ନେଇ ଉପକୂଳବର୍ତ୍ତୀ ଜିଲ୍ଲାବାସୀ ସଜାଗ ରହିଛନ୍ତି । ବିଶେଷ କରି ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଜଗସତସିଂହପୁର ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି । 

ସେହିପରି ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷୀଙ୍କ ଧାନ ସୁରକ୍ଷିତ ରଖିବାକୁ ପଲିଥିନର ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଯାଏଁ ୮ ଲକ୍ଷ କ୍ୱିଣ୍ଟାଲ ଧାନ ସୁରକ୍ଷିତ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । 

ଏହାସହିତ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି । ବାତ୍ୟା ଜୱାଦ ସମୟରେ କୌଣସି ପ୍ରକାରର ସହଯୋଗ ପାଇଁଏହି ନମ୍ବରରେ ଯୋଗାଯୋଗ କରିବାକୁ ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ତେବେ ଯଦି କୌଣସି ପ୍ରକାରର ସମସ୍ୟା ଦେଖାଯାଏ ତେବେ ଆପଣ ୭୩୨୬୮୩୭୩୨୯କୁ କଲ କରି ସହଯୋଗ ନେଇପାରିବେ ।

  • Tags:

Subscribe

National International State Sports Entertainment