ରାଜଧାନୀରେ ସମସ୍ତ ପୂଜା ମଣ୍ଡପର ଗୋଟିଏ ଦିନରେ ଅନୁଷ୍ଠିତ ହେବ ଭସାଣି: କମିସନରେଟ ପୋଲିସ ଭୁବନେଶ୍ୱର,ସେପ୍ଟେମ୍ବର ୨୫(ଖବର ଓଡିଶା): Share story: ଦୀର୍ଘ ଦୁଇ ବର୍ଷ ପରେ ରାଜଧାନୀ ଭୁବନେଶ୍ବରରେ ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ମା’ ଦୁର୍ଗାଙ୍କ ପୂଜା । ତେବେ ପୂଜା ପରେ ଗୋଟିଏ ଦିନରେ ଭସାଣି ଅନୁଷ୍ଠିତ ହେବ। ସ୍ଥାନୀୟ ଝାଡେଶ୍ୱରୀ ମନ୍ଦିର ପରିସରରେ ଆଜି କମିସନରେଟ ପୋଲିସ ଓ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଭୁବନେଶ୍ୱରସ୍ଥିତ ସମସ୍ତ ଥାନାର ଥାନା ଅଧିକାରୀ, ବରିଷ୍ଠ ପୁଲିସ ଅଧିକାରୀ ଏବଂ ୨୧ଟି ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦୁର୍ଗାପୂଜା ଏବଂ ଭସାଣିକୁ କିଭଳି ସୁରୁଖୁରୁରେ ସମାପନ କରାଯିବ ସେ ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଥିଲା। ଖବର ଓଡ଼ିଶା, Reporter, 25/09/2022