କେନ୍ଦ୍ରାପଡା ବାଣ ବିସ୍ଫୋରଣର ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ,ଦିଆଯିବ କ୍ଷତିପୂରଣ କେନ୍ଦ୍ରାପଡ଼ା, ନଭେମ୍ବର ୨୪(ଖବର ଓଡ଼ିଶା) Share story: କାର୍ତ୍ତିକେଶ୍ବର ଭସାଣ ବାଣ ବିସ୍ଫୋରଣ ଘଟଣାରେ ଭସାଣରେ ବାଣ ପ୍ରତିଯୋଗିତା ଚାଲିଥିବାବେଳେ ହୋଇଥିଲା ବିସ୍ଫୋରଣ । ଷ୍ଟକ ବାଣ ଏକାଥରେ ଫୁଟିଯିବାରୁ ଭୟାନକ ସ୍ଥିତି ଉପୁଜିଥିଲା ।ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଆଇଜି ନରସିଂହ ଭୋଳ ।ଏହାସହ ଆହତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି ତହସିଲଦାର ଡକ୍ଟର ହେମଲତା ବହଳିଆ । ଏଡିଏମଙ୍କ ସହ ୩ ବରିଷ୍ଠ ଅଧିକାରୀ ଏସସିବିରେ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି । ସେପଟେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କଟକ ମେୟର ମଧ୍ୟ ଏସସିବିରେ ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ଏସସିବିରେ 33 ଜଣ ଆହତ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 10 ଜଣ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । ଖବର ଓଡ଼ିଶା, Reporter, 24/11/2022