ତାଳଚେର , ଏପ୍ରିଲ ୦୮ (ଖବର ଓଡ଼ିଶା):
ଟିଟିପିଏସ ଫେଜ୍-୨କୁ ପୁନଃ କାର୍ଯ୍ୟକ୍ଷମ ସହ ଶ୍ରମିକଙ୍କୁ ନିଯୁକ୍ତି ଦାବିରେ ଆଜି ତାଳଚେରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଯାହାଫଳରେ ସମସ୍ତ କୋଇଲା ଖଣିରେ ଉତ୍ପାଦନ ଓ ପରିବହନ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ସକାଳ ୬ ଟା ଠାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ଡକରା ଦେଇଛି ତାଳଚେର କାର୍ଯ୍ୟନୁଷ୍ଠାନ କମିଟି । ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି ବିଭିନ୍ନ ସଂଗଠନ ଫଳରେ ଏନଟିପିସି, ନାଲକୋ ଓ ଅନ୍ୟାନ୍ୟ ଶିଳ୍ପ ସଂସ୍ଥାକୁ ବନ୍ଦ ରହିଛି କୋଇଲା ପରିବହନ ।