Home >
ଦେଶରେ କରୋନା ସ୍ଥିତି ଅସମ୍ଭାଳ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦,୯୬୩ ଜଣ କରୋନା ରୋଗୀ ଚିହ୍ନଟ
Khabar Odisha:60963-new-cases--834-deaths-in-the-last-24-hours
ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା):

ଦେଶରେ ଦିନକୁ ଦିନ ବିଗିଡିବାରେ ଲାଗିଛି ମହାମାରୀ କରୋନା ସ୍ଥିତି । ପ୍ରତ୍ୟେକ ଦିନ ଦେଶରେ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଦେଶରେ ପଚାଶ ହଜାର ଅତିକ୍ରମ କରୁଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦,୯୬୩ ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ୮୩୪ ଜଣ କରୋନା ସଂକ୍ରମିତଙ୍କ ଜୀବନ ଯାଇଛି ।

ଏହା ସଂଖ୍ୟାକୁ ମିଶାଇ ଭାରତରେ ମୋଟ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୩,୨୯,୬୩୯ ଲକ୍ଷ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୬,୪୩,୯୪୮ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୬,୩୯,୬୦୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ଏହାସହ ଦେଶରେ ମୋଟ ୪୬,୦୯୧ ଜଣଙ୍କର କରୋନାରେ ମୃତ୍ୟୁ ଘଟିଲାଣି ।

  • Tags:

Subscribe

National International State Sports Entertainment