ନାରୀ ନିର୍ଯ୍ୟାତନାରେ ଲିପ୍ତ ବିଜେଡ଼ି ନେତାଙ୍କ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ବିଜେପିର ଦାବି
Khabar Odisha:odisha-bjp-mahila-morcha-targets-bjd-on-women-issues
ଭୁବନେଶ୍ୱର, ଅପ୍ରେଲ ୦୬ (ଖବର ଓଡ଼ିଶା):

ନାରୀ ସଶକ୍ତକରଣ କଥା କହୁଥିବା ବିଜେଡ଼ି ଯୌନ କେଳେଙ୍କାରୀରେ ଲିପ୍ତ ଥିବା ବ୍ୟକ୍ତିଙ୍କୁ ଦଳ ବିଧାନସଭା ପାଇଁ ପ୍ରାର୍ଥୀ କରୁଛି । ରାଜ୍ୟରେ ଏମିତି ରାଜନୀତି ନ ହେଉ ଯେ ନାରୀଙ୍କ ସମ୍ମାନକୁ ହାନୀ ପହଁଚାଇବ । ତେଣୁ ଭୁବନେଶ୍ୱର ମଧ୍ୟର ବିଧାନସଭା ପ୍ରାର୍ଥୀ ତଥା ପୂର୍ବ ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ନାଁକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟୀ । ଏହିଭଳି ଦଳ ବିଜେଡ଼ିର ଅନେକ ନେତାଙ୍କ କଳାକାରନାମାର ଚିଠା ଖୋଲିଛି । ମହିଳାଙ୍କ ପାଇଁ ସଂରକ୍ଷଣ କଥା କହୁଥିବା ନବୀନ ପଟ୍ଟନାୟକ ନାରୀଙ୍କୁ ଦେଇ ପାରୁ ନାହାଁନ୍ତି ବୋଲି ଦଳ କହିଛି । 

ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ନାରୀ ସୁରକ୍ଷା ଓ ସ୍ୱଚ୍ଛ ରାଜନୀତି ପାଇଁ ସାମ୍ବାଦିକ ସମ୍ମିଳନୀରେ ଆହ୍ୱାନ କରିଛନ୍ତି ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ଗୋଟିଏ ପଟେ ନାରୀ ସଶକ୍ତକରଣ କଥା କହୁଛି ବିଜେଡ଼ି, ଆଉ ଗୋଟେ ପଟେ ଏମିତି ନେତାଙ୍କୁ ବିଧାନସଭା ପ୍ରାର୍ଥୀ କରାଯାଇଛି । ଆମେ କେମିତି ଭାବିବା ଯେ ରାଜନୀତି ସ୍ୱଚ୍ଛ ଓ ନୀରପେକ୍ଷ ହେବ ବୋଲି ଅପରାଜିତା କହିଛନ୍ତି । ତେଣୁ ଯୌନ କେଳେଙ୍କାରୀ ଓ ଇଂ ଛାତ୍ର ଋଷି ମହାନ୍ତି ହତ୍ୟା ମାମଲାରେ ଜଡ଼ିତ ଅନନ୍ତ ନାରାୟଣ ଜେନାଙ୍କ ନାମକୁ ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି । ସେହିପରି ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମାଲାର ଅଭିଯୁକ୍ତଙ୍କୁ ପ୍ରଦୀପ ମହାରଥୀଙ୍କୁ ପୁଣି ଥରେ ନବୀନ ପଟ୍ଟନାୟକ ଟିକେଟ୍‌ ଦେଇଛନ୍ତି । 

ସେହିପରି ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ବିଧାନସଭାରେ ମହିଳା ମାର୍ସଲଙ୍କୁ ଅସଦାଚରଣ କରିଥିଲେ । ଯୌନ ବ୍ୟଭିଚାରରେ ଲିପ୍ତ ଥିବା ବ୍ରଜ କିଶୋର ପ୍ରଧାନଙ୍କୁ ବି ବିଧାନସଭା ଟିକେଟ୍ ଦିଆଯାଉଛି । ନବୀନ ପଟ୍ଟନାୟକ ମହିଳାଙ୍କ ସୁରକ୍ଷା ନୁହେଁ ବରଂ କ୍ଷମତା ପାଇଁ ଏଭଳି ଆଭିମୁଖ୍ୟ ରଖିଛନ୍ତି । ମହିଳାଙ୍କ ପାଇଁ ସଂରକ୍ଷଣ ନୁହେଁ ଏହା ମହିଳାଙ୍କୁ ଭଣ୍ଡାଇବା ପାଇଁ ଏକ ଲଲିପପ୍‌ ବୋଲି କହିଛନ୍ତି ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା । 

  • Tags:

Subscribe

National International State Sports Entertainment