ନିର୍ଭୟା ମାମଲା : ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ
Khabar Odisha:national-odisha-binaya-mercy-plea-dismissed-by-supremcourt
ନୂଆଦିଲ୍ଲୀ, ଫେବୃଆରୀ ୦୧ (ଖବର ଓଡ଼ିଶା) :

 ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକ୍ଷମା ଖାରଜ କରିଛନ୍ତି। ସୁପ୍ରିମକୋର୍ଟରୁ ଫାଶିଦଣ୍ଡ ମିଳିବା ପରେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲେ। ଯାହାକୁ ଆଜି ରାଷ୍ଟ୍ରପତି ଖାରଜ କରିଛନ୍ତି। 

ଫାଶୀ ତାରିଖ ଘୁଞ୍ଚାଇବା ପାଇଁ ଗୋଟିଏ ପରେ ଗୋଟିଏ ଚାଲ୍ ଚଳାଇଛନ୍ତି ନିର୍ଭୟା ଅଭିଯୁକ୍ତମାନେ। ବିଳମ୍ବିତ ନ୍ୟାୟିକ ପ୍ରକ୍ରିୟାର ଫାଇଦା ଉଠାଇ ଆଇନର ଗଳାବାଟ ଦେଇ ଖସିବାକୁ ଚେଷ୍ଟା କରୁଛନ୍ତି ଅଭିଯୁକ୍ତକାରୀମାନେ। ତେବେ ବଳାତ୍କାରୀ ମୁକେଶର ସବୁ ବାଟ ବନ୍ଦ ହୋଇଯିବା ପରେ ଗତକାଲି ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ ହୋଇଥିଲା। ତାହା ପାଖରେ ରାଜକ୍ଷମା ଆବେଦନ ବାକି ରହିଛି। ସେପଟେ ବିନୟର ରାଜକ୍ଷମା ଖାରଜ ହୋଇଛି। 

Subscribe

National International State Sports Entertainment