ଅଭିନନ୍ଦନଙ୍କୁ ସହଯୋଗ କରୁଥିଲେ ମହିଳା ଫାଇଟର୍‌, କଣ୍ଟ୍ରୋଲ୍‌ ରୁମ୍‌ରୁ ଦେଉଥିଲେ ନିର୍ଦ୍ଦେଶ
Khabar Odisha:national-a-woman-squadron-leader-was-helping-abhinandan
ନୂଆଦିଲ୍ଲୀ, ଅପ୍ରେଲ ୦୪ (ଖବର ଓଡ଼ିଶା):

ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ବାୟୁସେନା ପକ୍ଷରୁ କରାଯାଇଥିବା ଆକ୍ରମଣକୁ ଭାରତୀୟ ବୀର ଯବାନ ଦୃଢ଼ ଜବାବ ଦେଇଥିଲେ । ଭାରତୀୟ ୱିଙ୍ଗ କମାଣ୍ଡର୍‌ ପାଇଲଟ୍‌ ଅଭିନନ୍ଦନଙ୍କ ବାହାଦୂରୀକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା । ଯେତେବେଳେ ଅଭିନନ୍ଦନ ଶତ୍ରୁ ପକ୍ଷକୁ ଜବାବ ଦେଉଥିଲେ ସେତେବେଳେ କଣ୍ଟ୍ରୋଲ ରୁମ୍‌ରୁ ମଧ୍ୟ ତାଙ୍କୁ ଆଉ ଜଣେ ସମ୍ପୂର୍ଣ୍ଣ ସହଯୋଗ କରୁଥିଲେ । ଆଉ ସେ ଥିଲେ ଜଣେ ମହିଳା ସ୍କ୍ୱାଡ୍ରନ୍‌ ଲିଡର୍‌ । ଯିଏ କି ପାକିସ୍ତାନର ସେହି ଆକ୍ରମଣକୁ ବିଫଳ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । 

ଫେବୃୟାରୀ ୨୭ ତାରିଖ ଦିନ ଏୟାରଫୋର୍ସକୁ ସୂଚନା ମିଳି ଯାଇଥିଲା କି ପାକିସ୍ତାନ ଆକ୍ରମଣ କରିବାକୁ ଯୋଜନା କରିଛି । ଏହା ପରେ ସକାଳ ୯ ଟା ୪୫ ମିନିଟ୍‌ରେ ଜଣା ପଡ଼ିଲା ଯେ ପାକିସ୍ତାନ ତାର ଯୁଦ୍ଧ ବିମାନକୁ ଏଲ୍‌ଓସି ପଠାଇଛି । କିଛି ସମୟ ମଧ୍ୟରେ ପିଏଏଫ୍‌ର ୪ଟି ଜେଟ୍‌ ବିମାନକୁ ରଜୌରୀର କଲାଲ ଅଂଚଳରେ ଏଲ୍‌ଓସି ପାର୍‌ କଲା । ଠିକ୍‌ ସେହି ସମୟରେ ସ୍କ୍ୱାଡ୍ରନ୍‌ ଲିଡର୍‌ କଣ୍ଟ୍ରୋଲ ରୁମ୍‌ରୁ ୨ଟି ସୁଖୋଇ ଓ ୨ ଟି ମିରାଜ୍‌ ବିମାନକୁ ସତର୍କ କରାଇଦେଲେ । ଯେତେବେଳେ ଦେଖିଲେ ଶତ୍ରୁ ପକ୍ଷରୁ ଆହୁରି ବିମାନ ଆସୁଛି ସେ ୬ଟି ମିଗ୍ସ ବିମାନକୁ ଶ୍ରୀନଗର ଏୟାରବେସ୍‌ରୁ ଉଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଦେଖି ପାକିସ୍ତାନ ମଧ୍ୟ ବିଚଳିତ ହୋଇପଡ଼ିଥିଲା । ସେହି ମହିଳା ଅଫିସର୍‌ ଜଣକ ସୂଚନା ଦେଇଥିଲେ ଯେ ପାକିସ୍ତାନ ଏଫ୍‌-୧୬ରେ ହମ୍‌ଲା କରୁଛି । ଯେଉଁଥିରେ AIM-120C ଆଡ୍‌ଭାନ୍ସ ମିସାଇଲ ଖଞ୍ଜା ଯାଇଥିଲା ।

ଅଫିସର୍‌ ଜଣକ ଏୟାରଫୋର୍ସରେ ଫାଇଟର୍‌ କଣ୍ଟ୍ରୋଲ୍‌ ଭୂମିକା ନିର୍ବାହ କରିଥିଲେ । ତେବେ ଏ ଯାଏଁ ସୁରକ୍ଷା ଦୃଷ୍ଟିରୁ ସଂପୃକ୍ତ ଅଫିସରଙ୍କ ନାମକୁ ଗୋପନୀୟ ରଖାଯାଇଛି । ସେ ଏବେ ପଞ୍ଜାବର ଭାରତୀୟ ବାୟୁସେନାର ଏକ ରାଡାର୍‌ କଣ୍ଟ୍ରୋଲ ଷ୍ଟେସନ୍‌ରେ ତାଙ୍କର ପୋଷ୍ଟିଂ ହୋଇଛି । ତେବେ ବାୟୁସେନାର ବିଶିଷ୍ଟ ସେବା ମେଡାଲ୍‌ ପାଇଁ ତାଙ୍କ ନାମକୁ ସୁପାରିଶ କରାଯାଇଥିବା ସୂଚନା ମିଳିଛି । 

  • Tags:

Subscribe

National International State Sports Entertainment