୯ ମିନିଟ୍‌ରେ ୬ ସନ୍ତାନ ଜନ୍ମ କଲେ ମହିଳା, ୪ ପୁଅ ୨ ଝିଅ
Khabar Odisha:International-Odisha-woman-sextuplets-thelma-chiaka-gives-birth-to-four-sons-and-two-daughters
ଆମେରିକା, ମାର୍ଚ୍ଚ ୧୬(ଖବର ଓଡିଶା):

ଟେକ୍ସାସର ହ୍ୟୁଷ୍ଟନରେ ଜଣେ ମହିଳା ଏକା ସହିତ ୬ଟି ସନ୍ତାନକୁ ଜନ୍ମ ଦେଇଛନ୍ତି । ନ୍ୟୁଜ୍ ଏଜେନ୍ସି ଭାଷା ଅନୁଯାୟୀ, ସାରା ବିଶ୍ୱରେ ପ୍ରତି ୪.୭ ଆରବ ଘଟଣାରେ ଏଭଳି ଗୋଟିଏ ଘଟଣା ଘଟିଥାଏ, ଯେବେ ଜଣେ ମହିଳା ୬ଟି ପିଲା ଜନ୍ମ କରେ । 

ମହିଳା ଜଣକ ଆମେରିକାର ଦ ୱିମେନ୍ସ ହସ୍ପିଟାଲ ଅଫ୍ ଟେକ୍ସାସ ରେ ୬ ଟି ପିଲାଙ୍କୁ ଜନ୍ମ ଦେଇଛନ୍ତି । ହସ୍ପିଟାଲ କର୍ତୃପକ୍ଷଙ୍କ କହିବା ଅନୁଯାୟୀ ଥେଲମା ଚୈକା ନାମକ ମହିଳା ଶୁକ୍ରବାର ଦିନ ସ୍ଥାନୀୟ ସମୟ ସକାଳ ୪ଟା ୫୦ ମିନିଟରୁ ସକାଳ ୪ଟା ୫୯ ମିନିଟ୍ ମଧ୍ୟରେ ୪ ପୁଅ ଓ ୨ ଝିଅ ଜନ୍ମ ଦେଇଛନ୍ତି । ଜନ୍ମଦେବା ପରେ ଥେଲମା ସମ୍ପୂର୍ଣ୍ଣ ସୁସ୍ଥଥିବା କହିଛନ୍ତି ହସ୍ପିଟାନ କର୍ତୃପକ୍ଷ । 

ହସ୍ପିଟାଲ କର୍ତୃପକ୍ଷଙ୍କ କହିବା ଅନୁଯାୟୀ ପିଲାମାନଙ୍କ ଓଜନ ୭୯୦ ଗ୍ରାମରୁ ୧.୩୦ କିଲୋ ମଧ୍ୟରେ ରହିଛି । ସେମାନେ ମଧ୍ୟ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲ ପକ୍ଷରୁ ସେମାନଙ୍କୁ ନିରିକ୍ଷଣ କରାଯାଉଛି । ଥେଲମା ନିଜ ଦୁଇ ଝିଅଙ୍କର ନାମ ରଖିଛନ୍ତି ଜୀନା ଏବଂ ଜୁରିୟଲ । ବର୍ତ୍ତମାନ ସୁଦ୍ଧା ସେ ତାଙ୍କ ପୁଅମାନଙ୍କର ନାମ ଦେଇନାହାଁନ୍ତି । 

Subscribe

National International State Sports Entertainment