କେବେ କମିବ ମହିଳା ବିରୋଧୀ ଅପରାଧ !
Khabar Odisha:Article-women-odisha-when-decrease-womens-violation-in-society-
ଭୁବନେଶ୍ଵର,ଏପ୍ରିଲ୧୬

ବାରିପଦାରେ ୫ ବର୍ଷର ଯୁବତୀକୁ କାମାନ୍ଧ ଯୁବକର ଧର୍ଷଣ, ମୟୁରଭଞ୍ଜ ଭାଲିଆଢିଅରେ ୫ ବର୍ଷର ଜଣବାଳିକାକୁ ତା ସମ୍ପର୍କୀୟ ଭାଇର ଧର୍ଷଣ, ଯାଜପୁରରେ ଇଦ୍ ଉଲ୍ ଜୁହା ପାଳନ କରିବାକୁ ଯାଇଥିବା ଯୁବତୀକ ରାସ୍ତାରୁ ଟେକି ନେଇ ସ୍କୁଲ ଘରେ ଗଣଦୁର୍ଷ୍କମ, ଢେଙ୍କାନାଳର ସେବାଶ୍ରମ ସ୍କୁଲ, ନର୍ଲାର ନବୋଦୟରେ ନାବାଳିକା ଧର୍ଷଣ ପରେ ଅନ୍ତସତ୍ୱା ପୁଣି ଯାଜପୁରରେ କୁମାରୀ ମାଁ । ଏମିତି ଗଣି ବସିଲେ ସଂଖ୍ୟା ୫୦ରୁ ଅଧିକ ହେବ । ଗତ ବର୍ଷେ ମଧ୍ୟରେ ରାଜ୍ୟର ପ୍ରାୟ ୫୦ରୁ ଅଧିକ ସ୍ଥାନରେ ମହିଳାମାନଙ୍କୁ କେଉଁଠି ଦୁଷ୍କର୍ମ କରାଯାଇଛି ତ ଆଉ କେଉଁଠି ଗଣଦୁଷ୍କର୍ମ । ଏଥିରୁ ପୁଣି ୨୦ରୁ ଅଧିକ କ୍ଷେତ୍ରରେ ପୀଡିତା ଜଣଙ୍କ ନାବାଳିକା । ଅନେକ କ୍ଷେତ୍ରରେ ନାବାଳିକାର ବୟସ ପୁଣି ୧୦ରୁ କମ୍ । ଦୁନିଆ କ’ଣ ଜାଣିବା ପୂର୍ବରୁ ସେ ଦୁନିଆରେ ପରିଚିତ ହୋଇଯାଇଛି ଜଣେ ପୀଡିତା ହିସାବରେ । ହୁଏତ ସେ ଏବେବି ଜାଣିନି ତା ସହିତ କ’ଣ ଘଟିଛି । ଦୋଷୀ ଦଣ୍ଡ ପାଇବକି ନାହିଁ ସେ ଜାଣିନି ହୁଏତ ସେ ଏକଥା ବି ଜାଣିନି ଯେ ଦୋଷ କ’ଣ ଆଉ ଦଣ୍ଡ କ’ଣ ? ତା କଥା ଶୁଣାଇବା କୁ ଯାଇ ସେ ଯାହାକୁ ବି ଭେଟିଛି ତାକୁ ଚୁପ କରାଇ ଦେବାକୁ ଚେଷ୍ଟା ଚାଲିଛି । କେଉଁଠି କଙ୍ଗାରୁ କୋର୍ଟ ତ ଆଉ କେଉଁଠି ପୋଲିସ୍ ର ବିଳମ୍ବରେ ରିପୋର୍ଟ ଗ୍ରହଣ ଏବଂ କାର୍ଯ୍ୟାନୁଷ୍ଠାନ ନେବାରେ ଦ୍ୱିଧା । କେଉଁଠି ପୁଣି ଶାସକ ଦଳର ନାଲିଆଖି । ଗୋଟିଏ ସ୍ଥିର ଆଉ ବିକାଶଶୀଳ ଶାସନ ଦେଉଥିବାର ଡିଣ୍ଡିମ ପିଟୁଥିବା ସରକାରର ସେ ପାଲଟିଛି ବିଫଳତାର ଆଦ୍ୟ ଚିହ୍ନ । 

ଆମ ମୁଖ୍ୟମବୀ ଶ୍ରେଷ୍ଠ ପ୍ରଶାସକ ବିବେଚନା କରିବା ହେଉ ବା ସଫଳ ବିଶ୍ୱକପ୍ ଆୟୋଜନ ହେଉ, ଏସବୁକୁ ଦେଖିଲେ ରାଜ୍ୟ ପ୍ରଗତୀର ବାସ୍ନା ବାରି ହୋଇପଡେ । କିନ୍ତୁ ଏସବୁର ଚାକ ଚମକ୍ୟ ତଳେ ନାରୀ କେତେ ଅସୁରକ୍ଷିତ କଣ ଦବି ଯାଉଛି କି ? ସ୍ୱୟଂସହାୟକ ଗୋଷ୍ଠି ସହାୟତାରେ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ସରକାରଙ୍କର ଯେତିକି ସଫଳତା କହେ, ନାରୀ ସୁରକ୍ଷା ଦିଗରେ ବାରିପଦା ଓ ମୟୁରଭଞ୍ଜ ପିଡିତା ମଧ୍ୟ ସେତିକି ବିଫଳତା କହେ । ଏକଥାକୁ ଆମକୁ ମାନିବାକୁ ପଡିବ । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର ୨୦୧୬ ରେର୍କଡ ଅନୁସାରେ କେବଳ ୨୦୧୬ରେ ହିଁ ୧୯୮୩ ମହିଳା ଦୁଷ୍କର୍ମ କିମ୍ବା ଗଣ ଦୁଷ୍କର୍ମର ଶୀକାର ହୋଇଥିଲେ । ୨୦୧୫ରେ ଏହି ସଂଖ୍ୟା ୨୨୫୧ ଥିଲା, ୨୦୧୬ରେ କେବଳ ଯୌତୁକ ନିର୍ଯ୍ୟାତନା ପାଇଁ ୩୯୭ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା ଓ ଏହି ବର୍ଷ ୧୩ ଜଣଙ୍କୁ ଏସିଡ୍ ମାଡ ହୋଇଥିଲା । ପୁଣି ୨୧୦୭ ମହିଳାଙ୍କୁମ ସର୍ବସାଧାରଣ ସ୍ଥାନରେ ଟଣା ଓଟରା କରାଯାଇଥିଲା ବେଳେ ୧୧୦ ଜଣଙ୍କ କ୍ଷେତ୍ରରେ ମାନବ ଚାଲାଣର ଅଭିଯୋଗ ଆସିଥିଲା । 

ସାଧାରଣତଃ ଗଣତାବିକ ରାଷ୍ଟ୍ରରେ ମହିଳାମାନଙ୍କୁ ଘରେ ଓ କର୍ମ କ୍ଷେତ୍ରରେ ସୁରକ୍ଷା ଦେବା, ସେମାନଙ୍କ ପାଇଁ ସର୍ବସାଧାରଣ ସ୍ଥାନକୁ ସୁରକ୍ଷିତ କରିବା, ପୀଡିତାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କ ଥାଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ସରକାରର ଦାୟିତ୍ୱ । ମାତ୍ର ଗୋଟିଏ ପଟେ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିଲା ବେଳେ ଅନ୍ୟପଟେରେ ଯେଉଁ କେତେଜଣ ପୀଡିତା ଏହାକୁ ନେଇ ଆଗକୁ ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ଉପଯୁକ୍ତ ସୁରକ୍ଷା ମିଳୁନାହିଁ ।

ଗଣଦୁର୍ଷ୍କମ ଏବଂ ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିବା ଚିନ୍ତାର ବିଷୟ । ଏପଟେ ସରକାର ପରୀ ରଥ ଅଭିଯାନ କରୁଥିବା ବେଳେ ମହିଳାଙ୍କ ସୁରକ୍ଷା ଏବେ ପ୍ରଶ୍ନବାଚି । ମହିଳା ଏବଂ ଶିଶୁ ହିଂସାକୁ ରୋକିବା ପାଇଁ ସବୁଥାନରେ ମହିଳା ଏବଂ ଶିଶୁ ଡେସ୍କ ଖୋଲିବା, ଫାଷ୍ଟ ଟ୍ରାକ କୋର୍ଟମାଧ୍ୟରେ ବିଚାର କରିବା, ପୀଡିତାର ପରିଚୟ ଗୋପନ ରଖିବା ଏବଂ କେବଳ ଥରଟିଏ ପୀଡିତାର ଜମାନବନ୍ଦୀ ନେବା ପରି ବ୍ୟବସ୍ଥା କରିବାକୁ ସୁପ୍ରିମ୍ କୋର୍ଟର ନିର୍ଦ୍ଦଷ୍ଟ ମାର୍ଗଦର୍ଶିକା ରହିଛି, କିନ୍ତୁ ବାସ୍ତବରେ ଏହା ହେଉଛି କି ନାହିଁ ତାହା ଉପରେ ସନ୍ଦେହ ସୃଷ୍ଟି କରୁଛି । ଆମ ରାଜ୍ୟରେ ମହିଳା ବିରୋଧୀ ହିଂସା ଉକ୍ରଟ ରୂପ ନବାକୁ ଲାଗିଲାଣି। 

ପୋଲ ତିଆରି କରିବା, ରାସ୍ତା ଘାଟ ର୍ନିମାଣ କରିବା କେବଳ ବିକାଶର ମାନଦଣ୍ଡ ହୋଇପାରେନା । ରାତିରେ ଜଣେ ମହିଳା ଏକୁଟିଆ ଚାଲିଲା ବେଳେ ନିରାପଦ ଅନୁଭବ କରିବା ବି ବିକାଶର ଅନ୍ୟତମ ମାନଦଣ୍ଡ । ଅଥି ପ୍ରତି ସରକାର କିଛି କଡା ପଦକ୍ଷେପ ନେବା ଆବଶ୍ୟକ । ଭିତିଭୂମିରେ ବିକାଶ ସହିତ ସମାଜରେ ନରୀଙ୍କର ସୁରକ୍ଷାର ମଧ୍ୟ ବିକାଶ ହେବା ଆବଶ୍ୟକ। 

ଲେଖକ- ନମ୍ରତା ଚଡ୍ଡା

  • Tags:

Subscribe

National International State Sports Entertainment