ଭୁବନେଶ୍ୱର: ବାରମ୍ବାର ଅଘଟଣ ସତ୍ତ୍ୱେ ଚେତୁ ନାହାଁନ୍ତି ଯୁବପୀଢ଼ି । ବିପଦଜନକ ଅବସ୍ଥାରେ ସେଲ୍ଫି ନେବା ହେଲା କାଳ । ଟ୍ରେନ୍ ବଗି ଉପରେ ଜଳିଗଲେ ଯୁବକ । ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟେସନରେ ଘଟିଛି ଏହି ଅଘଟଣ ।
ସୂଚନାନୁସାରେ, ଜଣେ ଯବକ ଜଣକ ସେଲଫି ନେବା ପାଇଁ ଟ୍ରେନ୍ ବଗି ଉପରେ ଚଢ଼ିଥିଲେ। ବିପଦ ଜନକ ଅବସ୍ଥାରେ ଫଟୋ ଉଠାଉଥିଲା ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କର ଦେହ ପୋଡ଼ି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଜଣକ ରାଜସ୍ଥାନର ବୋଲି ଜଣାପଡିଛି । ସେ ସିଟିଟିସିରେ ଟ୍ରେନିଂ ପାଇଁ ଭୁବନେଶ୍ୱର ଆସିଥିଲେ। ଜିଆରପି ଏହି ଘଟଣାର ତଦନ୍ତ କରୁଛି ।