ରାଜଧାନୀରେ ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି କଙ୍ଗାରୁ କୋର୍ଟ ଘଟଣା | ୪ରୁ ୫ଜଣଙ୍କ ନାଁରେ ମାମଲା ରୁଜୁ | ସୂଚନା ମୁତାବକ ଗତକାଲି ଯୁବତୀ ଜଣକ ବୟଫ୍ରେଣ୍ଡ୍କୁ ଦେଖା କରିବାକୁ ଆସିଥିଲେ,ହେଲେ ଦେଖା କ’ଣ କରିବେ ଓଲଟା ମାଡ଼ ଖାଇ ଫେରିଲେ । ଗୋଟିଏ ଘରେ ଯୁବକ ଓ ଯୁବତୀଙ୍କୁ ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ଏହାପରେ ବସ୍ତିର କିଛି ମହିଳା ଘର ଭିତରୁ ଯୁବତୀଙ୍କୁ ଘୋଷାଡ଼ି ଆଣି ବାହାରେ ବାନ୍ଧିକି ମାଡ଼ ମାରି ଗାଳିଗୁଲଜ ମଧ୍ୟ କରିଥିଲେ। ପରେ ଘଟଣାସ୍ଥଳରୁ ଯୁବତୀ ଜଣକ ପଳାଇଥିଲେ | ତେବେ ଘଟଣାଟି କୌଣସି ଉପାନ୍ତ ଅଞ୍ଚଳରେ ଘଟି ନାହିଁ ବରଂ ରାଜଧାନୀ ଭୁବନେଶ୍ୱରରେ ଘଟିଛି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା ଲେପ୍ରୋସି କଲୋନୀରେ ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଯୁବତୀଙ୍କୁ ଉଦ୍ଧାର କରିବା ସହ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରିଥିଲା ପୋଲିସ | ଭାଇରାଲ ଭିଡିଓ ଆଧାରରେ ୪ରୁ ୫ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ। । ଗତକାଲି ଯୁବତୀଙ୍କ ଡାକ୍ତରୀ ମାଇନା କରିଥିଲା ପୋଲିସ। ଆଜି ଯୁବତୀ ଓ ତାଙ୍କ ପରିବାର ଲୋକଙ୍କର ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳକୁ ଯାଇ ପୋଲିସ ଲୋକଙ୍କୁ ପଚରାଉଚରା କରିବ |