ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖାଦ୍ୟ ଅଭାବରୁ ଥାନା ପରିସରରେ ଏକ ଭାଲୁ ଝରିପୋକ ଖାଉଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଭାଲୁଟି ବିଭିନ୍ନ ସମୟରେ ଜନବସତିକୁ ପଶିଆସୁଥିଲା । ଯାହାକୁ ନେଇ ଲୋକମାନେ ଭୟଭୀତ ଥିଲେ । ଆଉ ଗତକାଲି ରାତିରେ ଭାଲୁଟି ପୁଣି ଗାଁକୁ ପଶିଆସିଥିଲା । ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମନରେ ଛନକା ପଶିଛି । ଭାଲୁଟି ବାରମ୍ବାର ଜନବସତିକୁ ଆସୁଥିବାରୁ ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ବନ ବିଭାଗ ତୁରନ୍ତ ପଦକ୍ଷେପ ନେଇ ଲୋକଙ୍କୁ ସୁରକ୍ଷା ଦେବାକୁ ଦାବି ହୋଇଛି ।