ପାରଳାଖେମୁଣ୍ଡିରେ ବସ୍ ଚଳାଚଳ ଠପ୍, ଯାତ୍ରୀ ହନ୍ତସନ୍ତ
Khabar Odisha:state-odisha-paralakhemundi-gajapati-motor-worker-associations-strike-hits-bus-service
ପାରଳାଖେମୁଣ୍ଡି, ଅଗଷ୍ଟ ୧୪ (ଖବର ଓଡିଶା) :

ପାରଳାଖେମୁଣ୍ଡିରେ ଆଜି ବସ୍ ଚଳାଚଳ ସମ୍ପୂର୍ଣ୍ଣ ରୂପରେ ଠପ୍ ହୋଇ ଯାଇଛି । ଗଜପତି ମୋଟର କର୍ମଚାରୀ ସଙ୍ଘ ପକ୍ଷରୁ ଧର୍ମଘଟ ଦିଆଯାଇଛି । ୫ଦଫା ଦାବୀ ନେଇ ଆନ୍ଦୋଳନକାରୀମାନେ ଧର୍ମଘଟ କରିଛନ୍ତି । 

ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରୁ ମଦ ଦୋକାନ ଉଚ୍ଛେଦ ସହ ୫ଦଫା ଦାବୀ ନେଇ ଆଜି ଗଜପତି ମୋଟର କର୍ମଚାରୀ ସଙ୍ଘ ପକ୍ଷରୁ ଧର୍ମଘଟ ଦିଆଯାଇଛି । ଫଳରେ ପାରଳାଖେମୁଣ୍ଡି ବସଷ୍ଟାଣ୍ଡରୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି । ଏହାଦ୍ୱାରା ବସ୍ ସେବା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି । ତେବେ ଯଦି କର୍ମଚାରୀ ସଙ୍ଘଙ୍କ ଦାବୀ ପୂରଣ ନକରାଯାଏ ତେବେ ଆଗକୁ ଆନ୍ଦୋଳନ ତୀବ୍ର ହେବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି । 

Subscribe

National International State Sports Entertainment