ଗ୍ରୀଲ ଭାଙ୍ଗି ଯନ୍ତ୍ରୀଙ୍କ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
Khabar Odisha:state-odisha-loot-at-rayagada
ରାୟଗଡା, ଅଗଷ୍ଟ ୧୪ (ଖବର ଓଡିଶା) :

ଦିନକୁ ଦିନ ବଢି ଚାଲିଛି ଚୋରମାନଙ୍କ ଉପଦ୍ରବ । କେଉଁଠି ରାଜରାସ୍ତାରେ ଦିନ ଦ୍ୱିପ୍ରହରରେ ଲୁଟ କରୁଛନ୍ତି ତ କେତେବେଳେ ରାତ୍ରୀର ଅନ୍ଧକାର ସେମାନଙ୍କ ପାଇଁ ହାତ ବାରିସି ପାଲଟିଛି । ତେବେ ଆଜି ପୁଣି  ରାୟଗଡା ଇନ୍ଦିରା ନଗରରେ ଏକ ବଡ ଧରଣରେ ଲୁଟ ହୋଇଥିବା ଖବର ମିଳିଛି । ୪୩ ଭରି ସୁନା, ୨୧୯ ଭରି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ରାୟଗଡା ଇନ୍ଦିରା ନଗର ଷଷ୍ଠ ଲେନରୁ ବଡ ଧରଣର ଲୁଟ ହୋଇଛି । ଘରେ ନଥିବା ବେଳେ ଗ୍ରୀଲ ଭାଙ୍ଗି ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା । ୪୩ ଭରି ସୁନା ଓ ୨୧୯ ଭରି ରୁପା ଚୋରି ହୋଇଥିବା ଅଭିଯୋଗ ହୋଇଛି । କନିଷ୍ଠ ଯନ୍ତ୍ରୀ ସଦର ଥାନାରେ ଅଭିଯୋଗ ପରେ ପୋଲିସର ଖୋଳତାଡ ଆରମ୍ଭ କରିଛି ।  

Subscribe

National International State Sports Entertainment