ଚୂଡାନ୍ତ ହେଲା ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ, ରାଜ୍ୟପାଳଙ୍କ ଅନୁମୋଦନ ପରେ ହେବ ପ୍ରକାଶିତ
Khabar Odisha:state-odisha-lokayukta-chairman-name--final-in-meeting
ଭୁବନେଶ୍ଵର, ଫେବୃଆରୀ ୧୨(ଖବର ଓଡ଼ିଶା):

କେନ୍ଦ୍ରରେ ଲୋକପାଳ ଓ ରାଜ୍ୟଗୁଡିକରେ ଲୋକାୟୁକ୍ତ ଗଠନ ଦାବି ନେଇ ସମାଜସେବୀ ଅନ୍ନା ହଜାରେଙ୍କ ଅନଶନର ପ୍ରଭାବ ପଡ଼ିଛି। ଫଳରେ କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ଗଠନ ପ୍ରକ୍ରିୟା ଜୋର ଧରିଛି। ଏହି କ୍ରମରେ ଓଡ଼ିଶାରେ ଲୋକାୟୁକ୍ତ ଗଠନ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି। ଏହି କ୍ରମରେ ଲୋକାୟୁକ୍ତ ନିଯୁକ୍ତି ଚୟନ ନେଇ ଆଜି ବସିଥିବା ବୈଠକରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ ହୋଇଛି। ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି। ଫଳରେ ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବାର ପଥ ପରିଷ୍କାର ହେବାକୁ ଯାଉଛି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକାୟୁକ୍ତ ଚୟନ ପାଇଁ ରାଜ୍ୟ ଅତିଥି ଭବନରେ ବୈଠକ ବସିଥିଲା। ଏହି ବୈଠକରେ ସର୍ବସମ୍ମତି କ୍ରମେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡାନ୍ତ ହୋଇଛି। ଚୟନ କରାଯାଇଥିବା ନାମକୁ ରାଜ୍ୟପାଳଙ୍କ  ନିକଟକୁ ପଠାଯାଇଛି। ରାଜ୍ୟପାଳଙ୍କ ଅନୁମୋଦନ ପରେ ନାଁ ପ୍ରକାଶ କରାଯିବ। ମାତ୍ର ଲୋକାୟୁକ୍ତ କମିଟିର ୫  ସଦସ୍ୟଙ୍କ ନାଁ ପରେ ଚୂଡାନ୍ତ ହେବ। । ଏଥିପାଇଁ ଆଉ ଏକ ବୈଠକ ଡକାଯାଇ ନାଁ ଚୂଡାନ୍ତ ହେବ ବୋଲି  ବୈଠକ ପରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। 

ଏହି ବୈଠକର ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ହାଇକୋର୍ଟ ମୁଖ୍ୟ ବିଚାରପତି କଳ୍ପେଶ ସତ୍ୟନ୍ଦ୍ର ଜାଭେରୀ, ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ, ଜଷ୍ଟିସ ଅନଙ୍ଗ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଉପସ୍ଥିତ ଥିଲେ। 

ଉଲ୍ଲେଖଯୋଗ୍ୟ, କେନ୍ଦ୍ରରେ ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ  ଭର୍ତ୍ସନା କରିଥିଲେ। ଅନ୍ୟ ପଟେ ସମାଜସେବୀ ଅନ୍ନା ହଜାରେ ଅନଶନ କରି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ। ଯାହାର ପ୍ରଭାବ ଏବେ ଦେଖିବାକୁ ମିଳିଛି। 

  • Tags:

Subscribe

National International State Sports Entertainment