ଖୁଚୁରା ତେଜରାତି ଦୋକାନୀଙ୍କ ଉପରୁ ହଟିଲା କଟକଣା, ବାଇକ୍‌ରେ କରିପାରିବେ ମାଲ ପରିବହନ
Khabar Odisha:small-grocery-sellers-can-tranfer-grocery-by-bike
ଭୁବନେଶ୍ୱର, ଏପ୍ରିଲ ୦୯ (ଖବର ଓଡ଼ିଶା):

ଏଣିକି ଖୁଚୁରା ତେଜରାତି ଦୋକାନୀଙ୍କ ଉପରୁ ହଟିଲା ଲକ୍ ଡାଉନ୍ କଟକଣା । ଖୁଚୁରା ତେଜରାତି ଦୋକାନୀମାନେ ବାଇକ୍‌ରେ କରିପାରିବେ ମାଲ୍ ପରିବହନ ।
ଲକଡାଉନ ପରଠାରୁ ଖୁଚୁରା ତେଜରାତି ଦୋକାନୀଙ୍କ ଉପରେ ବାଇକ୍‌ରେ ମାଲ୍ ପରିବହନ କରିବାକୁ କଟକଣା ଥିଲା । ତେବେ ସେମାନଙ୍କ ଉପରେ ପୂର୍ବରୁ ଲାଗୁ ହୋଇଥିବା କଟକଣାକୁ ହଟାଇ ଦିଆଯାଇଛି । ‌ଏବେ ସେମାନେ ନିଜ ଅଞ୍ଚଳର ଥାନା କିମ୍ବା ଫାଣ୍ଡିରୁ ପାସ୍ ସଂଗ୍ରହ କରି ନିଜ ବାଇକ୍ ଯୋଗେ ମାଲ୍ ପରିବହନ କରିପାରିବେ । ତେଣୁ ଏବେ ଉଭୟ ଖୁଚୁରା ବେପାରୀ ଓ ଗରିବ ଖାଉଟିମାନେ ଦରବୃଦ୍ଧି ଆଶଙ୍କାରୁ ମୁକ୍ତ ହୋଇଛନ୍ତି ।

  • Tags:

Subscribe

National International State Sports Entertainment