ସାରା ବିଶ୍ୱରେ ତୈଳ ଏବଂ ଗ୍ୟାସ କ୍ଷେତ୍ରର ପେଣ୍ଠସ୍ଥଳୀ ହେବ ଭାରତ: ଧର୍ମେନ୍ଦ୍ର ପ୍ରଧାନ
Khabar Odisha:politics-odisha-India-is-becoming-a-hub-for-future-of-oil--gas-sector
ନୂଆଦିଲ୍ଲୀ/ଭୁବନେଶ୍ୱର,ଫେବୃୟାରୀ ୧୨(ଖବର ଓଡିଶା) –

 ଆଗାମୀ ଦିନରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଭାରତ ବିଶ୍ୱରେ ଏକ ହବ୍ ପାଲଟିବାକୁ ଯାଉଛି । ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ଆମେ ଅନେକ କିଛି ହାସଲ କରିଛୁ । ଏଥିପାଇଁ ସମସ୍ତଙ୍କ ସହଯୋଗ ଓ ଅବଦାନ ରହିଛି ବୋଲି ପେଟ୍ରୋଟେକ୍ ୨୦୧୯ ଉଦ୍ଯାପନୀ ଦିବସରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 ଧର୍ମେନ୍ଦ୍ର କହିଛନ୍ତି ଯେ ତିନିଦିନ ବ୍ୟାପି ଅନୁଷ୍ଠିତ ପେଟ୍ରୋଟେକ୍ କାର୍ଯ୍ୟକ୍ରମରେ ଉର୍ଜା କ୍ଷେତ୍ରରେ ଚ୍ୟାଲେଞ୍ଜ ଏବଂ ଅନେକ ଗୁଡିଏ ଦିଗ ଉପରେ ଆଲୋଚନା କରାଗଲା ।  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧିବଧ ଭାବେ ପେଟ୍ରୋଟେକ୍ ୨୦୧୯ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଦେଶର ବିକାଶ କେମିତି ହୋଇପାରିବ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମତବ୍ୟକ୍ତ କରିଥିଲେ । ଉର୍ଜା ବିଭାଗରେ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜ ଗୁଡିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । 

ସେ କହିଛନ୍ତି ଯେ ଏହି ସମ୍ମିଳନୀ ନୂଆ ବ୍ୟବସାୟୀକ କ୍ଷେତ୍ରରେ ସହଯୋଗୀ ହେବ । ଯୁବବର୍ଗଙ୍କୁ ରୋଜଗାର ପାଇଁ ମଧ୍ୟ ନୂଆ ସୁଯୋଗ ଦେବ ବୋଲି ସେ କହିଛନ୍ତି ।       

 ପ୍ରଧାନ କହିଛନ୍ତି ଉର୍ଜା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଏତେମାତ୍ରାରେ ପୂର୍ବରୁ କେବେ ଦେଖାଯାଇନଥିଲା । ଚଳିତବର୍ଷ ପେଟ୍ରୋଟେକ୍ ସମ୍ମିଳନୀରେ ପ୍ରତିନିଧି ବଢିଛନ୍ତି । ତିନିଦିନ ବ୍ୟାପି ଏହି ସମ୍ମିଳନୀରେ ଅନେକ ବୈଷୟିକ ବିଷୟ ଉପରେ ଆଲୋଚନା କରାଗଲା । ଇନୋଭେସନ୍, ଟେକ୍ନୋଲୋଜି ଇତ୍ୟାଦି ଏ ସବୁ ବିଷୟ ସମ୍ମିଳନୀର ମୁଖ୍ୟ ଏଜେଣ୍ଡା ଥିଲା ବୋଲି ସେ କହିଛନ୍ତି । 

ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ ଭାରତ ପେଟ୍ରୋଲିୟମ କ୍ଷେତ୍ରରେ ବିଶ୍ୱର ଏକ ଉପଭୋକ୍ତା ରାଷ୍ଟ୍ର ବନିସାରିଥିବା ବେଳେ ବଡ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରଗତି କରୁଛି ବୋଲି ସେ କହିଛନ୍ତି । କେବଳ ହାଇଡ୍ରୋକାର୍ବନ ନୁହେଁ, ଅନ୍ୟାନ୍ୟ ଉର୍ଜାକୁ କେମିତି ବ୍ୟବହାର କରିହେବ, ତାହାକୁ ସମ୍ମିଳନୀ ମାଧ୍ୟମରେ ଆଲୋଚନା କରାଗଲା ।

ପ୍ରଧାନମନ୍ତ୍ରୀଙ୍କ ଉର୍ଜା ନ୍ୟାୟ ଯଥା ଉର୍ଜା ପାଇବା, ଉର୍ଜା ସୁରକ୍ଷା, ଦୀର୍ଘ ମିଆଦୀ ଉର୍ଜା ଏବଂ ଉର୍ଜାର ଦକ୍ଷତା ଇତ୍ୟାଦି ସମ୍ମିଳନୀର ଆଧାର ହେଲା । ବିଦେଶୀରୁ ବି ଅନେକ ପ୍ରତିନିଧି ଏହି ଅଧିବେଶନକୁ ଆସିଲେ । ସଫଳତମ ଭାବେ ପେଟ୍ରୋଟେକ୍ ଅଧିବେଶନ ଶେଷ ହୋଇଛି ବୋଲି ସେ କହିଛନ୍ତି ।

ସେହିପରି ଦେଶରେ ଗ୍ୟାସ୍ ଆଧାରିତ ଅର୍ଥନୀତିକୁ ବଢାଇବା ପାଇଁ ଗୋଟେ ବହୁତ ବଡ ବିସ୍ତାର ୪୦୦ ଜିଲ୍ଲାକୁ କରାଯାଉଛି । ଏହି ଦିଗରେ ମଧ୍ୟ ସମ୍ମିଳନୀରେ ସାମ୍ନାକୁ ଅଣାଗଲା । ପଡୋଶୀ ରାଷ୍ଟ୍ର ସମେତ ବିଶ୍ୱର ଅନ୍ୟ ତୈଳ କମ୍ପାନୀ ସହ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅଲୋଚନା କରାଗଲା ବୋଲି ସେ କହିଛନ୍ତି ।

Subscribe

National International State Sports Entertainment