ଖଣ୍ଡିଆ ଓ ଘା ଧୋଇବା ପାଇଁ ବ୍ୟବହୃତ ସ୍ପିରିଟରେ ପ୍ରସ୍ତୁତ ହେଉଛି ଦୁଗ୍ଧ
Khabar Odisha:police-raids-dairy-in-bhind-synthetic-milk-was-been-made-with-shampoo
ମଧ୍ୟପ୍ରଦେଶ, ଫେବୃଆରୀ ୨୦ (ଖବର ଓଡ଼ିଶା):

ବର୍ତମାନ ପର୍ଯ୍ୟନ୍ତ ଆପଣ ସବୁବେଳେ ଦୁଧରେ ପାଣି ମିଶାଇବା କଥା ଶୁଣିଥିବେ ଦୁଧରେ ପାଣି ମିଶାଇ ଆପଣଙ୍କୁ କିଏ ଦୁଧ ଦେଇଥିବ ନିଶ୍ଚୟ । ହେଲେ ଆପଣ କେବେ ଶୁଣିଛନ୍ତି ସ୍ପିରିଟ ସାହାର୍ଯ୍ୟରେ ନକଲି ଦୁଧ ପ୍ରସ୍ତୁତ କରିବା ତା ପୁଣି ଏଭଳି ସେଭଳି ସ୍ପିରିଟ ନୂହେଁ ମେଡିକାଲରେ ଖଣ୍ଡିଆ ଓ ଘା କୁ ଧୋଇବା ପାଇଁ ବ୍ୟବହୃତ ହେଉଥିବା ମାରାତ୍ମକ ଏଥେନଲ ସ୍ପିରିଟ ।  ଏଭଳି କେମିକାଲ ମିଶା ଦୁଧ ପିଇଲେ ଜଣେ ଲୋକ ଅଳ୍ପ ଦିନ ମଧ୍ୟରେ ମାରାତ୍ମକ ରୋଗର ପଡିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏଭଳି ଏକ ଚାଞ୍ଚଲ୍ୟକର ଖବର ମଧ୍ୟପ୍ରଦେଶ ଭିଣ୍ଡ ଜିଲ୍ଲାରୁ ଆସିଛି । ଏକ ନକଲି ଦୁଧ ପ୍ରସ୍ତୁତ କରୁଥିବା ଡାଏରୀ ସମ୍ପର୍କରେ ପୋଲିସ ଖବର ପାଇ ସେଠାରେ ଚଢାଉ କରିଥିଲା ଚଢାଉ ବେଳେ ପୋଲିସ କ୍ଷୀର ପ୍ରସ୍ତୁତ କରିବା ପାଇଁ ଯେଉଁ ସବୁ କେମିକାଲର ବ୍ୟବହୃତ ହେଉଥିଲା ସେଗୁଡିକ ଦେଖି ଆଶ୍ଟର୍ଯ୍ୟ ହୋଇଯାଇଥିଲା । କେବଳ ଏଥେନଲ ସ୍ପିରିଟ ନୂହେଁ, ପୋଷାକ ସଫା ହେଉଥିବା ଡିଟରଜେଣ୍ଟ ପାଉଡର, ୟୁରିଆ. ହାଇଡ୍ରୋଜେନ ଲୁବ୍ରିକାଣ୍ଟ ଓ କ୍ରିପ୍ଟୋ ଅୟଲ ଭଳି ଅନେକ କ୍ଷତିକାରକ ରାସୟନିକ କେମିକାଲର ବ୍ୟବହାର ଦେଖି ପୋଲିସ ଅଧିକାରୀ ମାନେ ମଧ୍ୟ ଆଶ୍ଟର୍ଯ୍ୟ ଚକିତ ହୋଇ ପଡିଥିଲେ ।

ସୂଚନାନୁସାରେ ଜିଲ୍ଲା ପୋଲିସ ଓ ପ୍ରଶାସନକୁ ଭିଣ୍ଡ ଜିଲ୍ଲାର ଫୁପ କସବେ ଅଞ୍ଚଳର ରାମନଗର ଠାରେ ଏକ ନକଲି ଦୁଗ୍ଧ ଡାଏରୀ ଚାଲୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ନକଲି ଦୁଗ୍ଧ ପ୍ରସ୍ତୁତ କରୁଥିବା ଡାଏରୀ ଉପରେ ଚଢଉ କରି ଦୁଗ୍ଧ ପ୍ରସ୍ତୁତ ପାଇଁ ରଖାଯାଇଥିବା 300 ଲିଟର କେମିକାଲ ଓ ବିଭିନ୍ନ ପ୍ରକାରର ଶୁଖିଲା ପାଉଡର ଓ ଏକ ଟ୍ୟାଙ୍କର ଭର୍ତି କ୍ଷୀରକୁ ଜବତ କରିଛି ପୋଲିସ । ଚଢଉ ବେଳେ ଟିମରେ ସାମିଲ ଥିବା ଏସଡିଏମ ଓମ ନାରାୟଣ ସିଂ ସୂଚନା ଅନୁସାରେ ଡାଏରୀ ଫାର୍ମ ପାଖରେ ଏତେ ଜୋରରେ ଦୁର୍ଗନ୍ଧ ହେଉଥିଲା ଯେ ସେଠାରେ ଛିଡା ହେବା ମଧ୍ୟ ମୁସ୍କିଲ ହୋଇପଡୁଥିଲା ତେବେ ଏଠାରେ ଏତେ ଦିନ ଧରି ନକଲି ଦୁଗ୍ଧ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସ୍ଥାନୀୟ ଲୋକେ କିଛି କେମିତି ସୁରାକ ପାଇଲେନି ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଛି ।

  • Tags:

Subscribe

National International State Sports Entertainment