ମୋହନା: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଥାନା ଅଧିନସ୍ଥ ଚିଟିଙ୍ଗ ଘାଟିରେ ଏକ ପିକ୍ଅପ୍ ଭ୍ୟାନ୍ ଭରାସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଯାତ୍ରୀ ରାମଗିରି ସ୍ଥିତ କେକେସିଂ ଗ୍ରାମର ବୋଲି ଜଣାପଡ଼ିଛି । ଚନ୍ଦ୍ରଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ରାମଗିରି ସ୍ଥିତ କେକେସିଂର ୪୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ପିକ୍ଅପ୍ ଭ୍ୟାନରେ ଚାନ୍ଦିପୁଟ ସ୍ଥିତ ଘାଇବାଲିକୁ ଯାଉଥିଲେ । ସେମାନେ ଏକ ଦଶାହ କର୍ମରେ ଯୋଗ ଦେବାକୁ ଯାଉଥିଲେ । ବାଟରେ ଚିଟିଙ୍ଗ ଘାଟିରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩୦ରୁ ଉର୍ଦ୍ଧ ଲୋକ ଆହତ ହୋଇଥିଲେ । କେହି ରାସ୍ତା ଉପରେ ପଡ଼ିଥିଲା ତ ଆଉ କେହି ରାସ୍ତା କଡ଼ରେ ପଡ଼ିଥିଲେ । ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଘଟଣା ସ୍ଥଳରେ ଚନ୍ଦ୍ରଗିରି ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।