ଭୁବନେଶ୍ୱର: ରାଜ୍ୟ ସରକାର ଗୁରୁବାର ବ୍ଲକ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏକକାଳୀନ ୪୩ ଜଣ ମଣ୍ଡଳ ଉନ୍ନୟନ ଅଧିକାରୀ ବା ବିଡ଼ିଓଙ୍କର ବଦଳି କରିଛନ୍ତି ସରକାର । ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚନ୍ଦ୍ରମଣି ନାଗ ଟିଟିଲାଗଡ଼ ବଦଳି ହୋଇଛନ୍ତି । ସେହିପରି ସୁଶାନ୍ତ କୁମାର ରଣା (ବୋଡେନ୍, ନୂଆପଡ଼ା), ପ୍ରିୟରଞ୍ଜନ କୁମାର (ଦେଓଗାଁସ ବଲାଙ୍ଗୀର), ରାହୁଲ ମଣ୍ଡଳ (ଢେଙ୍କାନାଳ ସଦର), ଆୟୁଷୀ ମହାପାତ୍ର (ଭୁବନ, ଢେଙ୍କାନାଳ), କଲ୍ୟାଣ ସୌରଭ ଦାସ (ହିନ୍ଦୋଳ, ଢେଙ୍କାନାଳ), ସୁମନ ସୁଦ୍ଧା କୁଣ୍ଡୁ ( ଗୁମ୍ମା, ଗଜପତି), ଆକାଶ କୁମାର ପଣ୍ଡା (ଆଠଗଡ଼, କଟକ), ଧନାଇ ଚରଣ ଟୁଡୁ ( କୁସୁମୀ, ମୟୁରଭଞ୍ଜ), କ୍ଷମାନୀଧୀ ଭୋୟ (ନାକଟି ଦେଉଳ, ସମ୍ବଲପୁର) ସ୍ୱଦୀପ କୁମାର ଟପ୍ପୋ ( ସୁବଦେଗା, ସୁନ୍ଦରଗଡ଼), ସାଗର ଚନ୍ଦ୍ର ମୁର୍ମୁ ( ବିଷୋଇ, ମୟୁରଭଞ୍ଜ) , ରେମସା ଟେଟେ (ସୁକିନ୍ଦା, ଯାଜପୁର), ଅବନୀକାନ୍ତ ସାହୁ (କୋରଇ, ଯାଜପୁର) ଏବଂ ଅଶୋକ କୁମାର ମାଝୀ (କୋଲାବୀରା ଝାରସୁଗୁଡା)କୁ ବଦଳି ହୋଇଛନ୍ତି ।
ମାଧବ ଚନ୍ଦ୍ର ବିରୁଆ (ଜଶିପୁର), ବିରାସେନ ବେହେରା (ଟଙ୍ଗରପାଲି, ସୁନ୍ଦରଗଡ଼), ମଳୟ କୁମାର ନାୟକ (ହରିଚନ୍ଦନପୁର, କେନ୍ଦୁଝର). ରିପୂନାଥ ସୁନା (ଅତାବିରା, ବରଗଡ଼), ପୃଥ୍ୱୀରାଜ ପରିଡ଼ା (ଗୋପବନ୍ଧୁନଗର, ମୟୁରଭଞ୍ଜ ), ଜର୍ଜ ଡୁଙ୍ଗଡୁଙ୍ଗ (ଲାଇକେରା, ଝାରସୁଗୁଡ଼ା), ମନ୍ମଥନାଥ ମଲ୍ଲିକ ( ଜଗନ୍ନାଥପ୍ରସାଦ, ଗଞ୍ଜାମ), ଅନୀଲ କମାର କୁଲୁ (ଢାଙ୍କୁଆଡା, ସମ୍ବଲପୁର), ଜୟନ୍ତ ସାହୁ (କୁଚିଣ୍ଡା, ସମ୍ବଲପୁର), ପ୍ରୀତମ କୁମାର ତନ୍ତି ( ରେଙ୍ଗାଲି ), କୃଷ୍ଣ ଚନ୍ଦ୍ର ଦଳପତି (ମୁନିଗୁଡା, ରାୟଗଡ଼ା), ଅମୃତ କମାର ରାଉଳ (ନୂଆଗାଁ, ନୟାଗଡ଼), ପ୍ରଦୀପ କୁମାର ସେଠୀ (ଦାନଗାଡ଼ି,ଯାଜପୁର) ଓ ଅନନ୍ତ କୁମାର ହାଂସଦା (ରାସଗୋବିନ୍ଦପୁର, ମୟୁରଭଞ୍ଜ)ର ବିଡିଓ ହୋଇଛନ୍ତି ।
ସେହିପରି ସମ୍ବିତ କୁମାର କର (ତରଭା, ସୁବର୍ଣ୍ଣପୁର), ଗୁରେଶ୍ୱର ଭୋଇ (ଗୁଡବେଲ୍ଲା, ବଲାଙ୍ଗୀର), ନିଶାନ ମିଶ୍ର (ପାଲଲହଡ଼ା. ଅନୁଗୁଳ), ଦାଶରଥୀ ଜେନା (ଏରସମା, ଜଗତସିଂହପୁର), ଅକ୍ଷୟ କୁମାର ମଲ୍ଲିକ (ବାଲିଗୁଡ଼ା, କନ୍ଧମାଳ), ପ୍ରୀତି ରଞ୍ଜନ ରଥ( ଦାରିଙ୍ଗାବାଡ଼ି, କନ୍ଧମାଳ), ସୌଭାଗ୍ୟ ବେହେରା (ପରଜଙ୍ଗ, ଢେଙ୍କାନାଳ), ଶୁଶ୍ରୀ ସାଗରିକା ଷଡ଼ଙ୍ଗୀ (ଭାପୁର, ନୟାଗଡ଼), ହିମାଚଳ ମାଝୀ (କୋକସରା, କଳାହାଣ୍ଡି), ପୁନଲ ରାଉତ (ବାଲିଆପାଳ, ବାଲେଶ୍ୱର), ବିନୋଦ ଚନ୍ଦ୍ର ପଣ୍ଡା (ଜଳେଶ୍ୱର, ବାଲେଶ୍ୱର), ସମ୍ବିତ ଶତପଥୀ (କୃଷ୍ଣପ୍ରସାଦପୁର, ପୁରୀ) ଏବଂ ତପନ କୁମାର ସେନାପତି ମାଲକାନଗିରିକୁ ବଦଳି ହୋଇଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତିକାଲି ରାଜ୍ୟ ସରକାର ଓଏସ ସ୍ତରରେ ଅଦଳବଦଳ କରିଥିଲେ । କଟକ ମହାନଗର ନିଗମକୁ ନୂତନ କମିଶନର ମିଳିଛି । ଅନାମ ଚରଣ ପାତ୍ର ସିଏମସିର କମିଶନର ହୋଇଛନ୍ତି । ସେହିପରି କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର ଭାବେ ଦାୟିତ୍ୱ ମିଳିଛି । ପ୍ରଦୀପ କୁମାର ରାଉତ ଓକାକର ମୁଖ୍ୟ ନିର୍ବାହୀ ଅଧିକାରୀ ହୋଇଛନ୍ତି । ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର ଦାୟିତ୍ୱ ମିଳିଛି ।