ନୂଆପଡା: ଆଜି ପ୍ରକାଶ ପାଇବା ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାହୋଇଛି ପୋଷ୍ଟାଲ୍ ବାଲାଟ୍ । ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ୍ ଏବଂ ଏହାର ୩୦ମିନିଟ୍ ପରେ ଇଭିଏମ୍ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ୩୫୮ଟି ବୁଥ୍ ପାଇଁ ୧୪ଟି ଟେବୁଲରେ ଭୋଟ ଗଣତି କରାଯିବ । ମୋଟ ୨୬ ରାଉଣ୍ଡରେ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ପ୍ରତ୍ୟେକ ଟେବୁଲ୍ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ ଗଣତି ହେବା ବେଳେ ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି । ସେପଟେ ସଂପୂର୍ଣ୍ଣ ଗଣତି ପ୍ରକ୍ରିୟା ଉପରେ ନଜର ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।