ନୂଆପଡାରେ ଉପନିର୍ବାଚନର ଆଜି ଫଳାଫଳ ଆସିଥିବା ବେଳେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କଠାରୁ ବହୁ ଭୋଟ ବ୍ୟବଧାନରେ ରହିଛନ୍ତି ବିଜେଡିର ସ୍ନେହାଙ୍ଗିନୀ ଛୁରିଆ। ଏଠାରେ ମାମୁଘର ପଲିଟିକ୍ସ କାମ ଦେଇନାହିଁ। କାରଣ ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହେବ ପର ଠାରୁ, ଏହି ମାମୁଘର ରାଜନୀତି କଥା ସାମ୍ନାକୁ ଆସିଥିଲା। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ମାମୁଘର ନୂଆପଡ଼ା ବୋଲି ବାରମ୍ବାର କୁହାଯାଇଥିଲା। ଏପରିକି ନିଜେ ସ୍ନେହାଙ୍ଗିନୀ, 'ମୁଁ କୋଉ ବାହାର ରାଜ୍ୟରୁ ଆସିନି, ଏଇ ନୂଆପଡ଼ାରେ ମୋର ପିଲାଦିନର ଅନେକ ସ୍ମୃତି ରହିଛି କହି ଭୋଟରଙ୍କ ନିକଟତର ହେଉଥିଲେ। ହେଲେ ଏବେ କିନ୍ତୁ ନିର୍ବାଚନ ରେଜଲ୍ଟରେ ଏହି ମାମୁଘର ପଲିଟିକ୍ସ କାମ କରିନଥିବା କୁହାଯାଉଛି।
ଅଧିକ ପଢନ୍ତୁ: ଉପନିର୍ବାଚନକୁ ନେଇ ଘାସିରାମଙ୍କ କ୍ଷୋଭ, କହିଲେ- ନା ଟଙ୍କା ମିଳିଲା, ନା କେନ୍ଦ୍ରୀୟ ସହାୟତା
୧୮ତମ ରାଉଣ୍ଡ ସୁଧାରେ ବିଜେପି ୫୯,୯୧୨ ଭୋଟରେ ଆଗୁଆ ରହିଛି। କିନ୍ତୁ ମୁଖ୍ୟ ବିରୋଧୀ ଦଳ ଆସନରେ ବସୁଥିବା ବିଜେଡ଼ିକୁ ନିରାଶ ହେବାକୁ ପଡ଼ିଛି। ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ୱିତୀୟ ନୁହେଁ ବରଂ ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ବିଜେପି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ଦେଖି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କହିଛନ୍ତି, ଏହା ହେଉଛି ଡବଲ ଇଞ୍ଜିନ ସରକାର ଓ ନୂଆପଡ଼ାବାସୀଙ୍କ ଜିତ୍ ।
ଅଧିକ ପଢନ୍ତୁ: ଲୋକପ୍ରିୟତା ପ୍ରମାଣ ଦେଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ; ନୂଆପଡାରେ ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍