କଟକ: ବାରବାଟୀ ମ୍ୟାଚ ପାଇଁ ଅନ୍ଲାଇନ୍ରେ ଟିକେଟ ବିକ୍ରି ପାଇଁ ସାଇଟ ଖୋଲୁ ଖୋଲୁ ଖୋଲୁ ଖୋଲୁ ସରିଯାଇଛି। ଏବେ କେବଳ କାଉଣ୍ଟର ଟିକେଟକୁ ଅପେକ୍ଷା କରିରହିଛନ୍ତି ଦର୍ଶକ। ବାରବାଟୀ ଷ୍ଟାଡିୟମ୍ରେ ଡିସେମ୍ବର ୯ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଅନ୍ଲାଇନ୍ରେ ଟିକେଟ ବିକ୍ରି ହୋଇଛି। ଅନ୍ଲାଇନ୍ରେ ୨ ହଜାର ଟିକଟ ବିକ୍ରି ହେବାର ଥିଲା। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ ପାଇଁ ୱେବସାଇଟ୍ ଖୋଲିବାର ମାତ୍ର କେଇ ମିନିଟ୍ ଭିତରେ ୨ ହଜାର ଟିକେଟ୍ ସରିଗଲା। ଯାହାକୁ ନେଇ ନିରାଶ ହୋଇଛନ୍ତି କ୍ରିକେଟ୍ ପ୍ରେମୀ।
ଗତକାଲି ଅପରାହ୍ଣ ୨ଟାରେ ଅନ୍ଲାଇନ୍ରେ ବିକ୍ରି ଆରମ୍ଭ ହୋଇଥିଲା। ଗ୍ୟାଲେରି ଟିକଟ ପାଇଁ ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ୍ ଭିତରେ ସବୁ ଟିକେଟ ବିକ୍ରି ହୋଇଯାଇଥିଲା। ଗ୍ୟାଲେରି ନମ୍ବର ୨, ୪, ୭ରୁ କିଛି ଏବଂ ଏସି ବକ୍ସ, ନ୍ୟୁ ପାଭିଲିୟନ, ସ୍ପେଶାଲ ଏନ୍କ୍ଲୋଜରର ଟିକଟ ଅନ୍ଲାଇନରେ ଉପଲବ୍ଧ ଥିଲା। କିନ୍ତୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହେବାର ମାତ୍ର କେଇ ମିନିଟ ଭିତରେ ଟିକେଟ ସରିଯାଇଥିଲା।
ଆସନ୍ତା ୩ ଓ ୪ ତାରିଖରେ ଓସିଏ ସହିତ ଅନୁବନ୍ଧିତ ଜିଲ୍ଲା ସଂଘ, କ୍ଲବ, ସ୍କୁଲ୍ ଆଦି ଅନୁଷ୍ଠାନକୁ ଟିକଟ ବିକ୍ରି କରାଯିବ। ଚଳିତ ବର୍ଷ ବାରବାଟୀରେ ଦର୍ଶକ ସାମର୍ଥ୍ୟ ପାଖାପାଖି ୪୨ ହଜାର ରହିଥିବା ବେଳେ ସେଥିରୁ ୨ ହଜାର ଟିକଟ ଅନ୍ଲାଇନରେ ବିକ୍ରି ହୋଇଛି। ୫ ତାରିଖରୁ କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ ହେବ।
ଆସନ୍ତାକାଲି ଓ ୪ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍ ମାନକୁ ଟିକେଟ୍ ବିକ୍ରି ହେବ। ମୋଟ ୪୨ହଜାର ଟିକଟରୁ କେବଳ ୧୧ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣି ନେବେ। ତେବେ ଡିସେମ୍ବର ୫ରେ ଷ୍ଟାଡିୟମ ନିକଟ କାଉଣ୍ଟରରେ ୧୦ ହଜାର ଟିକଟ୍ ବିକ୍ରି ହେବ।
ଅଧିକ ପଢନ୍ତୁ: ତୁଟିଲା ବିବାଦ; ମନ୍ତ୍ରୀଙ୍କ ସହ ମିଲର୍ସଙ୍କ ଆଲୋଚନା ସଫଳ ପରେ ଆଜିଠୁ ଆରମ୍ଭ ହେବ ଧାନକିଣା ପ୍ରକ୍ରିୟା