ବଣାଇ: ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପରକୀୟା ପ୍ରୀତି ପାଇଁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ଜଣକ ଜୟନ୍ତୀ କୁଜୁର । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ, ପଙ୍କଡ଼ିହ ଗାଁରେ ଅଙ୍ଗନୱାଡ଼ି କର୍ମୀ ଭାବେ କାମ କରୁଥିବା ଜୟନ୍ତୀ କୁଜୁରଙ୍କୁ ତାଙ୍କ ସ୍ୱାମୀ ଲକ୍ଷ୍ମଣ ଓରାମ ପରକିୟା ପ୍ରୀତି ପାଇଁ ହତ୍ୟା କରିଥିଲା । ଏହି ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇଦେଇଛି । ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିବା ପରେ ଅଖାରେ ମୃତଦେହ ପୁରାଇ ଲାଠିକଟା ଥାନା ଅଞ୍ଚଳର ଟିମଜୋର ବ୍ରାହ୍ମଣୀ ବ୍ରିଜ ଉପରୁ ଫିଙ୍ଗି ଦେଇଥିଲା । ପରେ ଅଭିଯୁକ୍ତ ସ୍ୱାମୀ ଗୁରୁଣ୍ଡିଆ ଥାନାରେ ଆତ୍ମସମର୍ପଣ କରିଥିଲେ । ଗୁରୁଣ୍ଡିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । କେଉଁ କାରଣରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଛି । ପୋଲିସ ଖୋଳତାଡ଼ ଜାରି ରଖିଛି ।