କୋରାପୁଟ: କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥ ସୁନାବେଡା ଟ୍ରାଫିକ ଛକ ନିକଟରେ ଏକ ଅଘଟଣ ଘଟିଯାଇଛି । ଗତକାଲି ବିଳମ୍ବିତ ରାତିରେ ଦୁଇଟି କାର୍ ମୁହାଁମୁହିଁ ଧକ୍କା ହୋଇଛି । ଯାହା ଫଳରେ ୪ ଜଣଙ୍କ ଜୀବନ ଚାଲିଯାଇଛି ।
ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୁନାବେଡ଼ା ଥାନା ହାଲ୍ ଗେଷ୍ଟ ହାଉସ୍ ନିକଟରେ ଆଉ ଏକ କାର୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ତିନି ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ଗୁରୁତର ତିନି ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିବା ସହ ସମସ୍ତ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ।