କଟକ: ଡିସେମ୍ବର ୯ ତାରିଖରେ କଟକ ବାରବାଟୀରେ ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏହାରି ମଧ୍ୟରେ ସୋମବାର ଭାରତୀୟ କ୍ରିକେଟ ନିୟନ୍ତ୍ରଣ ପରିଷଦରେ କ୍ୟୁରେଟର୍ ଆଶିଷ ଭୌମିକ ପିଚ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । କ୍ୟୁରେଟରଙ୍କ ସହିତ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍ ମଧ୍ୟ ପିଚ୍ ପ୍ରସ୍ତୁତି, ପଡ଼ିଆ ଏବଂ ଅନ୍ୟାନ୍ୟ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
ଡିସେମ୍ବର ୯ରେ ବାଟବାଟୀରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳାଯିବ । ଗତକାଲି ଅନଲାଇନ୍ ଟିକେଟ୍ ବୁକିଂ ଶେଷ ହୋଇଛି । ପୋର୍ଟାଲ ଖୋଲିବାର ମାତ୍ର ଘଣ୍ଟାଏ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ହୋଇଯାଇଥିଲା । ସେମାନେ ଆସନ୍ତା ୮ ଓ ୯ ତାରିଖରେ କଟକ କେମ୍ବ୍ରିଜ୍ ସ୍କୁଲରେ ସ୍ୱତନ୍ତ୍ର କାଉଣ୍ଟରରୁ ଟିକଟର ହାର୍ଡକପି ସଂଗ୍ରହ କରିପାରିବେ । ସେହିପରି ୩ (ବୁଧବାର) ଓ ୪ (ଗୁରୁବାର)ରେ ଓସିଏ ସହ ଅନୁବନ୍ଧିତ ବିଭିନ୍ନ ୟୁନିଟ୍ ମାନକୁ ଟିକଟ୍ ବିକ୍ରି ହେବ । ମୋଟ ୪୨ହଜାର ଟିକଟରୁ କେବଳ ୧୧ହଜାର ଓସିଏ ଅନୁବନ୍ଧିତ ୟୁନିଟ୍ କିଣିବେ । ଡିସେମ୍ବର ୫ରେ ବାରବାଟୀ କାଉଣ୍ଟରରେ ଟିକେଟ୍ ବିକ୍ରି ହେବ । ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି କରାଯିବା । ଯେଉଁମାନେ ଅନଲାଇନରୁ ନିରାଶ ହୋଇଛନ୍ତି ସେମାନଙ୍କ ପାଇଁ ଏବେ ଅଫଲାଇନ୍ ଟିକେଟ୍ ଭରସା ରହିଛି ।