ଝାଡ଼ଖଣ୍ଡ ମୁହାଁ ଲଘୁଚାପ, ୫ଜିଲ୍ଲାରେ ପ୍ରବଳ ବର୍ଷିବ
Khabar Odisha:Weather-Odisha--Low-Pressure-turned-towards-Jhadkhand-Posibility-of-rain-in-5districts-of-odisha
ଭୁବନେଶ୍ୱର, ଅଗଷ୍ଟ ୧୪(ଖବର ଓଡ଼ିଶା):

ଉତ୍ତର -ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଝାଡ଼ଖଣ୍ଡ ମୁହାଁ ହୋଇଛି । ଏହା ପ୍ରଭାବରେ ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । 

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଝାଡ଼ଖଣ୍ଡ ମୁହାଁ ହେବା ଫଳରେ ଲଘୁଚାପ ଓ ମୈାସୁମୀ ସକ୍ରିୟ ଥିବାରୁ ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ବରଗଡ଼ ,ସମ୍ବଲପୁର, ଝାରସୁଗୁଡ଼ା , ସୋନପୁର ଓ ବୈାଦ୍ଧରେ ଭୀଷଣ ବର୍ଷା ହେବା ବେଳେ ବଲାଙ୍ଗୀରରେ ସ୍ୱଳ୍ପ ବର୍ଷା ସମ୍ଭାବନା ରହିଛି । 

ଲଘୁଚାପ ସୃଷ୍ଟି ହେବା ଗତ ୪୮ଘଣ୍ଟାରେ ଘଣ୍ଟାରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । କେତେକସ୍ଥାନରେ ବନ୍ୟପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ଘଣ୍ଟାରେ ବଲାଙ୍ଗୀରରେ ସର୍ବାଧିକ ୫୫୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ସୁନ୍ଦରଗଡ଼ରେ ୯୫ ମିମି , ଟିଟିଲାଗଡ଼ରେ ୮୨ମିମି ବର୍ଷା ରେକର୍ଡ଼ କରାଯାଇଛି । ମୈାସୁମୀ ସକ୍ରିୟ ଥିବାରୁ କିଛି ଦିନ ମଧ୍ୟରେ ରାଜ୍ୟରେ ଭଲ ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । 

  • Tags:

Subscribe

National International State Sports Entertainment