ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡ଼ିଲେ ଜିଓଲୋଜିଷ୍ଟ । ବିଲ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବଲାଙ୍ଗୀର ଭୂତଳ ଜଳ ଉନ୍ନୟନ ଖଣ୍ଡର ଜିଓଲୋଜିଷ୍ଟ ଅସିମ ଅଂଶୁମାନ ନାୟକ । ସମ୍ବଲପୁରର ତପନ ମହାନ୍ତି ନାମକ ଜଣେ ହିତାଧିକାରୀଙ୍କୁ ଜଳ ସଂରକ୍ଷଣ ପ୍ରକଳ୍ପର ବିଲ କରେଇବା ପାଇଁ ଚାଳିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ତପନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ତ ହୋଇଥିଲେ । ପୂର୍ବ ଯୋଜନା ମୁତାବକ ଆଜି ଅଫିସରେ ଲାଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ ବିଭାଗ । ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଟିମ ମିଳିତ ଭାବରେ ଚଢ଼ଉ କରିଥିଲେ । ବଲାଙ୍ଗୀର ଅଫିସ, ଓ ସୂର୍ଯ୍ୟନଗର ଭଡା ଘର ଏବଂ ସମ୍ବଲପୁର ଘରେ ଚଢ଼ଉ ଜାରିରହିଛି । ଭଡା ଘର ଭିତରୁ ଭିଜିଲାନ୍ସ ବିଭାଗ ୧ ଲକ୍ଷ ୬୮ ହଜାର ଟଙ୍କା ଜବତ କରିଥିବା ସୂଚନା ମିଳିଛି ।
ଆଗକୁ ପଢ଼ନ୍ତୁ : ଗଞ୍ଜେଇ ମାଫିଆଙ୍କୁ ଛାଡ଼ିବା ପଡ଼ିଲା ମହଙ୍ଗା, ୧୧ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୭ ପୋଲିସ ନିଲମ୍ବିତ