ସମ୍ବଲପୁର : ଆଜି ହେଉଛି କୃଷିଭିତ୍ତିକ ମହାନ୍ ଗଣପର୍ବ ‘ନୂଆଁଖାଇ । ଏହି ପର୍ବ ହେଉଛି କୃଷି ଓ କୃଷକ ର ଭାବନା ସହ ଜଡିତ ମହାନ ଗଣପର୍ଵ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ହି ଅବସରରେ ସମଗ୍ର ସମ୍ବଲପୁର ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି । ତେବେ ଆଜି ନୂଆଁଖାଇ ଅବସରରେ ସମ୍ବଲପୁର ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସହର ଠାରେ ନବାନ୍ନ ଖାଇ ନୂଆଁଖାଇ ପାଳନ କରିଥିଲେ।
ସମ୍ବଲପୁର ସହରର ନନ୍ଦପଡ଼ା ଠାରେ ଅବସରପ୍ରାପ୍ତ କୃଷି ଅଫିସର ମଦନ ମୋହନ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ସ୍ଵର୍ଣ୍ଣ ମଞ୍ଜରୀ ମିଶ୍ରଙ୍କ ପରିବାର ସଦସ୍ୟଙ୍କ ସହିତ ନବାନ୍ନ ଖାଇ ନୂଆଁଖାଇ ପାଳନ କରିଥିଲେ । ଶ୍ରୀଯୁକ୍ତ ପ୍ରଧାନ ସମ୍ବଲପୁର ସହରରେ ଛାତ୍ର ସଂଗଠନ ଦାୟିତ୍ୱରେ ଥିବା ସମୟରୁ ନନ୍ଦପଡା ସ୍ଥିତ ମଦନ ମୋହନ ମିଶ୍ରଙ୍କ ପରିବାର ସହ ସୁସମ୍ପର୍କ ରହିଆସିଛି । ଅନେକ ଦିନ ପରେ ଏହି ପରିବାର ସଦସ୍ୟଙ୍କ ସହ ନୂଆଁଖାଇ ପାଳି କେନ୍ଦ୍ରମନ୍ତ୍ରୀ ଖୁସି ଅନୁଭବ କରିଥିଲେ ।