କଟକ ଏସସିବି ମେଡିକାଲରେ ଲଜ୍ୟା। ରୋଗୀକୁ ଡାକ୍ତର ଦୁଷ୍କର୍ମ ନେଇ ଆସିଲା ସାଂଘାତିକ ଅଭିଯୋଗ। କାଡିଓଲୋଜି ବିଭାଗରେ ଜୈନିକ ଜଣେ ଡାକ୍ତର ଦୁଇ ମହିଳା ରୋଗୀଙ୍କୁ ଅସଦାଚରଣ କରିଥିବା ନେଇ ରୋଗୀଙ୍କ ପରିବାରବର୍ଗ ମଙ୍ଗଳାବାଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାକୁ ଗୁରୁତର ସହିତ ନେଇ ମାମଲା ରୁଜୁ କରିବା ସହିତ ଧାରା ୧୬୧ ରେ ଦୁଇ ପୀଡିତାଙ୍କ ବୟାନ ରେକର୍ଡ କରିଛି । ବିଭିନ୍ନ ଦିଗରୁ ପୋଲିସ ତାର ତଦନ୍ତ ତଦନ୍ତ ଜାରି ରଖିଛି । ଘଟଣା ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୋଲିସ ଏନେଇ ଗଣମାଧ୍ୟମକୁ ମାପିଚୁପି ସୂଚନା ଦେଉଛି । ପୀଡିତା ଏସସିବିରେ ଅଧ୍ୟୟନରତ ଡାକ୍ତରଙ୍କ ସମ୍ପର୍କୀୟ ବୋଲି ସୂଚନା ରହିଛି । ଘଟଣା ପରେ ଅଭିଯୁକ୍ତ ଡାକ୍ତର ପୀଡିତାଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁ ରେ ଚିକିତ୍ସିତ ହେଉଛନ୍ତି । ଏନେଇ ଡାକ୍ତର ଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନା ରେ ପ୍ରତି ଅଭିଯୋଗ କରିଥିବା ଜଣାପଡିଛି । ଏସସିବି ଅଧିକ୍ଷକ ମଧ୍ୟ ସମ୍ପୂର୍ଣ ଘଟଣାକୁ ନେଇ ତଦନ୍ତ କରୁଛନ୍ତି ।
ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କଲା ସ୍ବାସ୍ଥ୍ୟ ବିଭାଗ। ଏହି ମିଟିରେ DMET ସନ୍ତୋଷ ମିଶ୍ର, SCB ଅଧୀକ୍ଷକ ସୁଧାଂଶୁ ମିଶ୍ର, ଯୁଗ୍ମ DMET ରୋମା ରତନ ମଧ୍ୟ କମିଟିରେ ସ୍ଥାନିତ ହୋଇଛନ୍ତି।