ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ସ୍ୱାଧୀନ ଭାରତକୁ ବିଶ୍ୱରେ ପ୍ରତିଷ୍ଠିତ କରାଇବାରେ ପଣ୍ଡିତ ନେହେରୁଙ୍କ ଭୂମିକା ଅବିସ୍ମରଣୀୟ। ନେହେରୁ ପିଲାମାନଙ୍କୁ ଅତି ସ୍ନେହ କରୁଥିଲେ। ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସର୍ବଦା ଚିନ୍ତିତ ଥିଲେ। ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ପିଲାମାନେ ହିଁ ଦେଶର ଭିତ୍ତିଭୂମି ଏବଂ ସେମାନେ ହିଁ ଆଗାମୀ ଦେଶର ଭବିଷ୍ୟତ। ଏପରିକି ତାଙ୍କ ମତରେ ଶିକ୍ଷା ହିଁ ପ୍ରଗତିର ମୂଳପିଣ୍ଡ ତାଙ୍କର ମତ ରହିଥିଲା।
ପଲ୍ଲୀରୁ ଦିଲ୍ଲୀ ସବୁ ସ୍ଥାନରେ ଏହି ଦିବସକୁ ପାଳନ କରାଯାଇଥାଏ। ଶିଶୁଙ୍କ ଅଧିକାର, ଦାୟିତ୍ବ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ପାଳିତ ହୋଇଥାଏ ଏହି ଦିବସ। ଆଜିର ଶିଶୁ ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହୁଛି। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ନେହେରୁ। ଏଥିପାଇଁ ଶାସନଗାଦିରେ ରହି ମଧ୍ୟ ସେ ଛୋଟ ଛୋଟ ପିଲାଙ୍କ ସହ ମିଶିବାକୁ ଖୁବ ପସନ୍ଦ କରୁଥିଲେ।
୧୯୨୫ ମସିହାରୁ ହିଁ ଶିଶୁ ଦିବସ ପାଳନ କରାଯାଉଛି କିନ୍ତୁ ୟୁଏନ ୨୦ ନଭେମ୍ବର ୧୯୫୪ ମସିହାରେ ଶିଶୁ ଦିବସ ପାଳନ କରିବା ପାଇଁ ଘୋଷଣା କରାଯାଇଥିଲା। ବିିଭିନ୍ନ ଦେଶରେ ଭିନ୍ନ ଭିନ୍ନ ତାରିଖରେ ଶିଶୁ ଦିବସ ପାଳନ କରାଯାଇଥାଏ। ଭାରତରେ ଶିଶୁ ଦିବସ ୧୯୬୪ରେ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ନିଧନ ପରେ ପାଳନ କରାଯାଇଥିଲ। ଏହି ଦିନକୁ ପାଳନ କରିବାକୁ ବିଦ୍ୟାଳୟଗୁଡ଼ିକ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ , କୁଇଜ୍ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଆୟୋଜନ କରନ୍ତି। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ପିଲାମାନଙ୍କୁ ଖେଳନା, ମିଠା ଏବଂ ଉପହାର ସହିତ ଉପସ୍ଥାପିତ କରାଯାଏ।
ଅଧିକ ପଢନ୍ତୁ : ଆଜି ‘ବିଶ୍ୱ ଦୟା ଦିବସ’ : ଦୟା ପ୍ରଦର୍ଶନର ଭାବ ଥିବାରୁ ମଣିଷ ଶ୍ରେଷ୍ଠ ଦୟାଳୁ ପ୍ରାଣୀ