ଶିମିଳିପାଳ ପାଦଦେଶରୁ ବାଘଛାଲ ଜବତ କରିଛି ମୟୁରଭଞ୍ଜ ପୋଲିସ | ବାଘଛାଲ ବିକ୍ରି ବେଳେ ଚଢ଼ଉ କରିଥିଲା ପୋଲିସ | ଘଟଣାସ୍ଥଳରୁ 8 ବେପାରୀଙ୍କୁ ଗିରଫ କରିଛି ପୋଲିସ | ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ 49 ନମ୍ବର ଜାତୀୟ ରାଜପଥର କାତରା ନିକଟରେ | ପୋଲିସ ସୂଚନା ଅନୁସାରେ, ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ ବାଘ ଛାଲ ବିକ୍ରି ନେଇ ପ୍ରଥମେ ପୁଲିସକୁ ସୂଚନା ଦେଇଥିଲେ। ପରେ ମୟୂରଭଞ୍ଜ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ୍ ବିକ୍ରି ହେଉଥିବା ଢାବାରେ ଡ଼ିଲ ସମୟରେ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ପୋଲିସ 8ଜଣଙ୍କୁ ଗିରଫ କରିଛି | ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ବାଙ୍ଗିରିପୋଷି ଓ ଝରପୋଖୋରିଆ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମର। ଏମାନେ ଶିମିଳିପାଳରୁ ବାଘ ଶିକାର କରି ଛାଲ ଆଣିଥିବା ମାନିଛନ୍ତି।