କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମୋ ବସ୍ ଉପରକୁ ପଥର ମାଡ଼ ଭୁବନେଶ୍ୱର, ଅକ୍ଟୋବର ୪(ଖବର ଓଡିଶା): Share story: କୋଣାର୍କରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ମୋ ବସ୍ ଉପରକୁ ପଥର ମାଡ଼ ହୋଇଛି। କୋଣାର୍କ ନିକଟସ୍ଥ ବାନଖଣ୍ଡି ଗୁଣ୍ଡି ଛକ ଠାରେ ମୋ ବସ୍ ଉପରେ ପଥରମାଡ଼ ହୋଇଥିବା ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟାରେ କୋଣାର୍କରୁ ଭୁବନେଶ୍ୱର ଆସୁଥିବାବେଳେ ମୋ ବସକୁ ସାରଳା ବସର କିଛି କର୍ମଚାରୀଙ୍କ ମଧ୍ୟରେ କେତେକ କାରଣକୁ ନେଇ ଝଗଡ଼ା ହୋଇଥିଲା । ତେବେ ଢେଲା ମାଡ଼ରେ ମୋ ବସର ସାମ୍ନା କାଚ ଭାଙ୍ଗିଛି । ଖବର ପାଇ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସାରଳା ବସ ଓ କର୍ମଚାରୀଙ୍କୁ ଅଟକ ରଖି ପଚାର ଉଚରା ଜାରିରଖିଛି । ବାରମ୍ବାର ଘରୋଇ ଓ ମୋ ବସ ମଧ୍ୟରେ ବିବାଦ ଯୋଗୁଁ ଯାତ୍ରୀମାନେ ଅସୁବିଧାରେ ପଡୁଛନ୍ତି । ଖବର ଓଡ଼ିଶା, Reporter, 04/10/2022