ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବୃଦ୍ଧାଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଛି । ମୃତ ବୃଦ୍ଧା ଜଣଙ୍କର ପରିଚୟ ମିଳିଛି ।
ସୂଚନା ଅନୁସାରେ, ବୁଧବାର ବୃଦ୍ଧା ଜଣକ ଘରୁ ବାହାରି କୁଆଡେ ଯାଇଥିଲେ । ବହୁ ସମୟ ପରେ ନ ଫେରିବାରୁ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର ସନ୍ଧାନ ପାଇନଥିଲେ । ଗୁରୁବାର ବୃଦ୍ଧା ଜଣଙ୍କର ମୃତଦେହ କୂଅରେ ପଡିଥିବାର ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ, ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ତଦନ୍ତ କରୁଛି ।