ମୋହନା : ଗଜପତି ଜ଼ିଲ୍ଲା ମୋହନା ମୁଖ୍ୟ ବଜ଼ାର ସ୍ଥିତ ଶ୍ରୀ ହରି ଜୁଏଲର୍ସରୁ ଲୁଟିନେଲେ ଦୁର୍ବୁତ୍ତ l ପ୍ରତିଦିନ ଭଳି ବୁଧବାର ରାତି ୯ ଟା ସମୟରେ ଦୋକାନ ମାଲିକ ବି. ମୋହନ ରାଓ ଆଚାରୀ ଦୋକାନ ବନ୍ଦ କରି ସମସ୍ତ ସୁନା, ରୂପା ଅଳଙ୍କାର ସହ ଟଙ୍କା ବ୍ୟାଗ ଧରି ଘରକୁ ଯିବାପାଇଁ ବାହାରିଥିବା ବେଳେ ଦୋକାନ ସମ୍ମୁଖରେ ବ୍ୟାଗ ଥୋଇଥିବା ବେଳେ ଦୁଇଜଣ ବାଇକ ଲୁଟେରା ଆସି ଅଳଙ୍କାର ଏବଂ ଟଙ୍କା ଭର୍ତ୍ତି ବ୍ୟାଗଟିକୁ ନେଇ ଚମ୍ପଟ ମାରିଥିଲେ l ଏହାପରେ ବ୍ୟବସାୟୀ ଜଣକ ଥାନାରେ ଏତଲା ଦେବାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସି ଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛି l
କିଛି ଦିନ ଧରି ମୋହନା ଅଞ୍ଚଳ ରେ ସିରିଜ଼ ଚୋରି ଚାଲିଥିବା ବେଳେ ସୁନା ଦୋକାନ ରୁ ଜନ ଗହଳିପୂର୍ଣ୍ଣ ବଜ଼ାର ରୁ ଲୁଟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟସ୍ଥ ଦୋକାନ ଗୁଡିକର ସିସି ଟିଭି ଯାଞ୍ଚ କରି ଘଟଣା ର ତଦନ୍ତ ଆରମ୍ଭ କରିଛି l